May 20, 2024

ଏକ ବିରାଟ ପଟୁଆରରେ ଆସି ହିଞ୍ଜିଳିରୁ ନିଜର ନାମାଙ୍କନ ପତ୍ର ଦାଖଲ କଲେ ପିତାମ୍ବର ଆଚାର୍ଯ୍ୟ

1 min read

ଆଓରି-ଭୁବନେଶ୍ଵର(୨୬/୦୩) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦାମ ରାଉତଙ୍କ ଉପସ୍ଥିତିରେ ଛତ୍ରପୁର ଉପଜିଲ୍ଲାପାଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କଲେ ପିତାମ୍ବର ଆଚାର୍ଯ୍ୟ  । ହିଞ୍ଜିଳିକାଟୁ ବିଧାନସଭା ଆସନରେ ନବୀନଙ୍କୁ ଟକ୍କର ଦେବେ ବିଜେପି ମୁଖପାତ୍ର ପିତାମ୍ୱର ଆଚାର୍ଯ୍ୟ । ଏକ ବିରାଟ ପଟୁଆରରେ ଆସି ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି  ବିଜେପି ପକ୍ଷରୁ ହିଞ୍ଜିଳିରୁ ପିତାମ୍ବର ଆଚାର୍ଯ୍ୟଙ୍କ ପ୍ରାର୍ଥୀ କରାଯାଇଥିଲା । ପୂର୍ବରୁ କଟକ ଲୋକସଭା ଆସନ ପାଇଁ ସେ ଆଶାୟୀ ପ୍ରାର୍ଥୀ ଥିଲେ । କିନ୍ତୁ କଟକରୁ ପ୍ରକାଶ ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇଥିଲା । ସେହିପରି ପିତାମ୍ବରକୁ ରାଜ୍ୟର ଉପସଭାପତି କରାଯାଇଥିଲା । ଏହାପରେ ଗତକାଲି ତାଙ୍କୁ ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ କରାଯାଇଥିଲା ।

ସୂଚନାଯୋଗ୍ୟ, ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡି ଜନ୍ମ ନେବା ପରଠାରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ଲଗାତାର ୪ଥର ଲଢ଼ି ବିଜୟ ତିଳକ ପିନ୍ଧି ଆସୁଛନ୍ତି ନବୀନ । କିନ୍ତୁ ବିଜେପିର ଲୋକପ୍ରିୟତା ବୃଦ୍ଧି ସହ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଜନଅସନ୍ତୋଷ ବଢୁଥିବାରୁ ହିଞ୍ଜିଳି ସହ ବିଜେପୁରରୁ ମଧ୍ୟ ଲଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ପିତାମ୍ବର ଆଚାର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ପ୍ରାର୍ଥୀ କରି କଡା ଟକ୍କର ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.