‘ଫିର୍ ଏକ୍ ବାର୍ ମୋଦି ସରକାର’ ନାରାରେ ଗୁଞ୍ଜରିତ ହେଲା ରାଜଧାନୀ
1 min read
ଆଓରି-ଭୁବନେଶ୍ଵର(୨୩/୦୨) : ଏକାଠି ହୋଇଛନ୍ତି ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଉଜ୍ଜଳା ଦିଦି । ସ୍ଥାନୀୟ ରେଲଓ୍ୱେ ସ୍ପୋର୍ଟ୍ସ ଗ୍ରାଉଣ୍ଡରେ ଉଜ୍ଜଳା ଦିଦି ଯୋଜନା ସମାବେଶ ଆୟୋଜିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଉଜ୍ଜଳା ଦିଦିମାନଙ୍କ ସମେତ ଶପଥ ନେଇଛନ୍ତି । କାର୍ଯ୍ୟକ୍ରମରେ ବିଶାଳ ଜନସମୂଦ୍ର ଦେଖିବାକୁ ମିଳିଥିବା ବେଳେ ଗୁଞ୍ଜରିତ ହୋଇଥିଲା, ‘ଫିର୍ ଏକ୍ ବାର୍ ମୋଦି ସରକାର୍’ ।
‘ଫିର୍ ଏକ୍ ବାର୍ ମୋଦି ସରକାର’ ନାରାରେ ଗୁଞ୍ଜରିତ ହେଲା ରାଜଧାନୀ । ଜୀବନରେ କଷ୍ଟକୁ ଅଙ୍ଗେ ଲିଭାଇ ବଡ ହୋଇଥିବା ମୋଦି ଦେଶର ଗରିବ ମା’ ମାନଙ୍କର କଷ୍ଟ ବୁଝି ଗରିବ କଲ୍ୟାଣ ପାଇଁ ଉଜ୍ଜଳା ସମେତ ଆହୁରି ଅନେକ ଜନହିତକର ଯୋଜନା କରିଥିବାରୁ ପୁଣି ଥରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ସମବେତ ସ୍ୱରରେ ଉଜ୍ଜଳା ଦିଦିମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଶପଥ ନେଇଛନ୍ତି ।
ଓଡିଶାର କୋଣାନୁକୋଣରୁ ଆସିଥିବା ଉଜ୍ଜଳା ଦିଦିମାନଙ୍କୁ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଉଜ୍ଜଳା ନିନ୍ଦୁକମାନଙ୍କୁ କଡା ସମାଲୋଚନା କରିଛନ୍ତି । ଏହାସହ ଉଜ୍ଜଳା ଯୋଜନା ବିରୁଦ୍ଧରେ ଉଠୁଥିବା ବିରୋଧିଙ୍କ ଅଭିଯୋଗ ବାବଦରେ ଉଜ୍ଜଳା ଦିଦିଙ୍କ ଠାରୁ ପ୍ରତିକ୍ରିୟା ଲୋଡିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଜ୍ଜଳା ସେମାନଙ୍କୁ ବାନ୍ଧିନି ବରଂ ସଶକ୍ତ କରିଛି ବୋଲି ଏକସ୍ୱରରେ ଉତ୍ତର ଦେଇଥିଲେ ହଜାର ହଜାର ମହିଳା ।
ଏହି ଅବସରରେ ଉଜ୍ଜଳା ଦିଦିମାନଙ୍କୁ ଶପଥ ପାଠ କରାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶପଥ ନେଇ ସମସ୍ତେ ଏକ ସ୍ୱରରେ ଦୋହରାଇଥିଲେ ଯେ, “ଆମେ ସମସ୍ତେ ଦୃଢ ସଙ୍କଳ୍ପ ନେବା ଯେ ଆମ ଗାଁ, ଆମ ଜିଲ୍ଲା ଓ ଆମ ରାଜ୍ୟର ସମସ୍ତ ମା’ ଭଉଣୀମାନଙ୍କୁ ଉଜ୍ଜଳା ଯୋଜନାରେ ସାମିଲ କରି ଶସ୍ତା, ସୁରକ୍ଷିତ, ସୁଲଭ ଓ ସ୍ୱଚ୍ଛ ଇନ୍ଧନ ଯୋଗାଇଦେବା । ଆମେ ଆମ ମାଆକୁ ସମ୍ମାନର ସହ ବଂଚିବାରେ ସାହାଯ୍ୟ କରିବା । ମାଆ ଆଖିରୁ ଲୁହ ପୋଛି ସୁସ୍ଥ ଜୀବନଯାପନ କରିବା, ଆମ ଗାଁ, ଆମ ଅଂଚଳ ଧୂଆଁମୁକ୍ତ ହେବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ଭାରତ ତଥା ନୂଆ ଓଡିଶା ଗଢିବା” ।
“ଦାରିଦ୍ର୍ୟତାର ଯିଏ କଷ୍ଟ ବୁଝିଛି, ସେ ଗରିବ ମାଆର କଷ୍ଟକୁ ବୁଝିପାରେ । ମାଆର ଆଖିରୁ ଧୂଆଁର କଷ୍ଟକୁ ଅଙ୍ଗେ ନିଭାଇ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଆଜି ଦେଶର ୭ କୋଟି ଭଉଣୀମାନଙ୍କ ଆଖିରୁ ଲୁହ ପୋଛି ପାରିଛନ୍ତି । ନରେନ୍ଦ୍ର ମୋଦି ଉଜ୍ଜଳା ଯୋଜନାରେ ମାଆ ଭଉଣୀମାନଙ୍କୁ ତାକତ ଦେଲେ । କେବଳ ଉଜ୍ଜଳା ନୁହେଁ, ମାଆ ଭଉଣୀଙ୍କ ସମ୍ମାନ ପାଇଁ ଇଜ୍ଜତ ଘର ତଥା ଶୌଚାଳୟ ନିର୍ମାଣ ହେଲା । ଘରକୁ ବିଜୁଳି ଦେବା ସହ ୧ କୋଟି ୪୦ ଲକ୍ଷ ଘରେ ପକ୍କା ଛାତ ନିର୍ମାଣ କଲେ । ୨୦୨୨ ସୁଦ୍ଧା ଭାରତବର୍ଷରେ କେହି ଗରିବ ନାହିଁ,ଯହାର ପକ୍କା ଘର ନଥିବ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ଦେଶର ଗରିବୀ ଓ ଦାରିଦ୍ର୍ୟତା ଦେଖିଥିବାରୁ ଆଜି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମାଧ୍ୟମରେ ୧୩ ହଜାର କୋଟି ଟଙ୍କା ସରକାରୀ ଖର୍ଚ୍ଚରେ ୭ କୋଟି ମହିଳାଙ୍କ ଘରେ ଲୁହ ପୋଛିବାର ଯୋଜନା କରାଯାଇଛି । ଓଡିଶାରେ ୪୦ ଲକ୍ଷ ଘରେ ଉଜ୍ଜଳା ପହଞ୍ଚିଲାଣି । ଉଜ୍ଜଳା ଦିଦି ଗୋଟେ ଅଭିଯାନ, ଆନ୍ଦୋଳନ, ସଂସ୍କୃତି ଓ ପରମ୍ପରା ହେବାକୁ ଯାଉଛି । ଭାରତ ତଥା ଓଡିଶାର ନାରୀ କିପରି ଆତ୍ମନିର୍ଭରଶୀଳ ହେବ ସବୁ ମୂଳରେ ଉଜ୍ଜଳା ସାମାଜିକ ପରିବର୍ତ୍ତନର ମାଧ୍ୟମ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।