ଆଇଆଇସିଙ୍କୁ ନିର୍ଧୂମ୍ ମାଡ଼
1 min read
ଆ.ଓ.ରି(ତା୩|୫)-
ଥାନା ଆଇଆଇସିଙ୍କୁ ନିର୍ଧୂମ ପିଟିଲେ ଲୋକେ। ପୁରୀ ଜିଲ୍ଲା କାକଟପୁର ଥାନା ଆଇଆଇସିଙ୍କୁ କିଛି ଉତ୍ତ୍ୟକ୍ତ ଲୋକେ ମାଡ଼ ମାରିଛନ୍ତି। କାକଟପୁର ଥାନା ଅନ୍ତର୍ଗତ ଦହିଖିଆ ଗାଁରେ ଚୋରା ମଦ କାରବାର ସୂଚନା ପାଇ ପୋଲିସ ଚଢ଼ାଉ ପାଇଁ ଯାଇଥିଲା।
ଏହି ସମୟରେ ଜଣେ ଯୁବକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ପୋଲିସ କେନ୍ଦ୍ରାପଟି ଗାଁକୁ ଯାଇ ସେଠାରେ ଚୋରାମଦ ଚଢାଉ ବେଳେ ଗାଁ ଲୋକେ ପୋଲିସକୁ ଦୁଇ ଘଣ୍ଟା ଅଟକ ରଖିଥିଲେ। ତେବେ ପୋଲିସ ସେଠାରୁ ଫେରୁଥିବା ବେଳେ ଦହିଖିଆ ଗାଁରେ ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡ଼ି ଅଟକାଇ ଆଇଆଇସିଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।