ଜିଲ୍ଲା

ଗ୍ରୀଷ୍ମ ତାପ ହେଲା ମହଙ୍ଗା – ଅଂଶୁଘାତରେ ଗଲା ୨ଜୀବନ

ଆଓରି-କେନ୍ଦ୍ରାପଡ଼ା( ୧୯/୬): ଗ୍ରୀଷ୍ମର ପ୍ରଭାବ ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଡେଇଁଥିବା ଜଣାପଡ଼ିଛି। ତେବେ କେନ୍ଦ୍ରାପଡ଼ା ଜଜାଙ୍ଗ ଗାଁରେ ଜଣେ ବ୍ୟକ୍ତିଙ୍କର ମଙ୍ଗଳବାର ଅଂଶୁଘାତରେ ମୃତ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଚନ୍ଦ୍ରମଣି ବେହେରା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି ଚନ୍ଦ୍ରମଣି କୌଣସି କାମରେ ବଜାରରୁ ଯାଇଥିଲେ, ବଜାରରୁ କାମ ସାରି ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ହଠାତ୍‌ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକ ତାଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଡାକ୍ତରଖାନା ନେଉଥିବା ବାଟରେ ଚନ୍ଦ୍ରମଣି ବେହେରାଙ୍କ ମୃତ୍ୟୁ ହୋଇଯାଇଥିଲା।

ସେହିପରି ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ୍‌ କାଞ୍ଜିଆମା ଗ୍ରାମର ଜଣେ ଚାଷୀଙ୍କ ଆଜି ସକାଳେ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ଚାଷୀଙ୍କ ନାମ ଉପେନ୍ଦ୍ର ମହାନ୍ତି ବୋଲି ଜଣାପଡ଼ିଛି। ଉପେନ୍ଦ୍ର ମହାନ୍ତି ଆଜି ବିଲରେ ଚାଷ କରୁଥିଲେ। ଏହି  ସମୟରେ ତାଙ୍କ ଦେହ ଅସୁସ୍ଥ ଲାଗିଥିଲା । ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ଉପେନ୍ଦ୍ରଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button