ଜାତୀୟ

ଆଧାର ପାଇଁ ପେନ୍‌ସନ୍‌ ପ୍ରଦାନ ବିଳମ୍ବିତ କରାଯାଇପାରିବ ନାହିଁ : ସିଆଇସି

ଆ.ଓ.ରି(ତା୧୧|୪)-  ଆଧାର ସଂଯୋଗ ନାମରେ ବରିଷ୍ଠ ନାଗରିକଙ୍କ ପେନ୍‌ସନ୍‌ ପ୍ରଦାନରେ ଡେରି କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଏସ୍‌ ଶ୍ରୀଧର ଆଚାର୍ଯ୍ୟଲୁ ମଙ୍ଗଳବାର କହିଛନ୍ତି । ଅହମଦନଗର ନିର୍ମଳା ନିଶିକାନ୍ତଙ୍କ ଆବେଦନର ଜବାବରେ ସେ ଏହି ସୂଚନା ଦେଇଛନ୍ତି। ପ୍ରକାଶ ଯେ ଆଧାର କାର୍ଡ ନକଲ ପୈଠ ନକରିବାରୁ ୨୦୧୭ ମାର୍ଚ୍ଚ ମାସରେ ଡାକ୍‌ ବିଭାଗର ତାଙ୍କ ପେନ୍‌ସନ୍‌ ଅଟକାଇ ଦିଆଯାଇଥିଲା। କେଉଁ ନିର୍ଦେଶରେ ଆଧାର ବିନା ପେନ୍‌ସନ୍‌ ଦିଆଯିବ ନାହିଁ ଉଲ୍ଲେଖ ଅଛି ତାହାର ନକଲ ପ୍ରଦାନ କରିବାକୁ ସେ ଡାକ ବିଭାଗରେ ଆବେଦନ କରିଥିଲେ । ଜବାବରେ ଡାକଘର ବରିଷ୍ଠ ପୋଷ୍ଟ ମାଷ୍ଟର କହିଥିଲେ ଯେ ପେନ୍‌ସନ୍‌ ଅଟକାଯାଇନଥିଲା, ବରଂ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ପାଇଁ ଗୋଟିଏ ଦିନ ଡେରି ହୋଇଥିଲା । ଏହାସହ ଅଧିକାରୀମାନେ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍‌ ବାଧ୍ୟତାମୂଳକ ନିର୍ଦେଶର ଏକ ନକଲ ତାଙ୍କୁ ପ୍ରଦାନ କରିଥିଲେ । ଏହାକୁ ନେଇ ସେ ସିଆଇସି ନିକଟରେ ପୁଣିଥରେ ଆବେଦନ କରିଥିଲେ । ଏହାର ଉତ୍ତରରେ ସିଆଇସି କହିଛନ୍ତି ଯେ ଆଧାର ସଂଯୋଗ ବାଧ୍ୟତାମୂଳକ ହୋଇଥିଲେ ବି ପେନ୍‌ସନ୍‌ ପ୍ରଦାନ ବିଳମ୍ବିତ କରାଯାଇପାରିବ ନାହିଁ । ପେନ୍‌ସନ୍‌ରେ ବହୁ ଲୋକଙ୍କ ପ୍ରତିପୋଷଣ ହୋଇଥାଏ। ତେଣୁ ପେନ୍‌ସନ ଅଟକାଇବା ଅମାନବିକ ଏବଂ ମୌଳିକ ଅଧିକାର କ୍ଷୂର୍ଣ୍ଣ କରିବା ସହ ସମାନ ।

Related Articles

Leave a Reply

Your email address will not be published. Required fields are marked *

Back to top button