March 19, 2023

ଆସନ୍ତା କାଲି ହେବ ପାଟକୁରା ନିର୍ବାଚନ ଭୋଟ ଗଣତି

1 min read

ଆଓରି-ଭୁବନେଶ୍ଵର(୨୩/୦୭) : ପାଟକୁରା ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଭୋଟ୍‌ ଗଣତି ଆସନ୍ତାକାଲି ହେବ। ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି।

ମୋଟ୍‌ ୧୮ଟି ରାଉଣ୍ଡରେ ଭୋଟ୍‌ ଗଣତି ହେବ।  ଏଥିଲାଗି ୧୮ଟି ଟେବୁଲ୍‌ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାପଡ଼ା ଅଟୋନମସ୍‌ କଲେଜରେ ଇଭିଏମ୍‌ ଗୁଡିକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ଏଥିସହ  ଇଭିଏମ୍‌ର ସୁରକ୍ଷା ଲାଗି ତ୍ରିସ୍ତରୀୟ ବ୍ୟବସ୍ଥା କରାଯାଇଛି। ଷ୍ଟ୍ରଙ୍ଗରୁମ୍‌ରେ ଅର୍ଦ୍ଧସାମରିକ ବାହିନୀ ଓଏସ୍ଏପି ଏବଂ ଜିଲ୍ଲା ପୁଲିସ୍‌ ମଧ୍ୟ ଇଭିଏମ୍ ସୁରକ୍ଷାରେ ରହିଛନ୍ତି। ଭିତର, ବାହାର, ସବୁ ଗତିବିଧିକୁ ସିସିଟିଭି କ୍ୟାମେରା ଜଗିଛି। ନିର୍ବାଚନ କମିଶନଙ୍କ ଗାଇଡ୍‌ ଲାଇନ୍ ଅନୁସାରେ ସବୁ ଦଳର ଏଜେଣ୍ଟମାନଙ୍କୁ ଡାକି ଇଭିଏମ୍ ସୁରକ୍ଷା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ କରାଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.