ମନୋରଞ୍ଜନ

ଆସିଲା ପତଞ୍ଜଳି ସିମ୍‌ : 144 ଟଙ୍କାରେ ୨ଜିବି ଡାଟା ସହ ବୀମା

ଆ.ଓ.ରି(୨୮|୫)-ଟେଲିକମ୍‌ ଦୁନିଆକୁ ଓହ୍ଲାଇଲା ବାବା ରାମ ଦେବଙ୍କ ପତଞ୍ଜଳି ସଂସ୍ଥା। ରିଲାଏଲ୍ସ ଜିଓର ଧମାକା ଅଫର ପରେ ଏବେ ଟେଲିକମ୍‌ ସେକ୍ଟରରେ ଏହି ସ୍ୱଦେଶୀ କଂପାନୀ ପ୍ରବେଶ କରିଛି। ବାବା ରାମଦେବ ଏକ ଉତ୍ସବରେ ପତଞ୍ଜଳି ସିମ୍‌ କାର୍ଡ ଲଞ୍ଚ କରିଛନ୍ତି।

ସୂଚନା ଅନୁସାରେ, ଏହି ସିମ୍‌ର ‘ସ୍ୱଦେଶୀ ସମୃଦ୍ଧି ସିମ୍‌ କାର୍ଡ’ ନାଁ ଦିଆଯାଇଛି। ଆଉ ଏହାକୁ ପତଞ୍ଜଳି ଓ ଭାରତ ସଞ୍ଚାର  ନିଗମ ଲିମିଟେଡ୍‌(BSNL) ଉଭୟ ମିଶି  ଲଞ୍ଚ କରିଛନ୍ତି। ପତଞ୍ଜଳି ସିମ୍‌ରେ ଗ୍ରାହକଙ୍କୁ ୧୪୪ଟଙ୍କାର ରିଚାର୍ଜ କଲେ ୨ଜିବି ଡାଟା ଓ ଅସୀମିତ  କଲିଂର ସୁବିଧା ମିଳିବ। ଆଉ ପ୍ରମୁଖ କଥା ହେଲା ଏହି ସିମ୍‌ ମାଧ୍ୟମରେ  ପତଞ୍ଜଳି ପ୍ରଡ଼କ୍ଟ ଉପରେ ୧୦ପ୍ରତିଶତ ଡିସ୍କାଉଣ୍ଟ ମଧ୍ୟ ଦିଆଯିବ। ପତଞ୍ଜଳିର ଏହି ଆକର୍ଷଣୀୟ ଓ ମନଲୋଭା ଅଫରକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button