ଗିରଫ ହେଲେ ପାଟଣାଗଡ ବିଜେଡ଼ି ବିଧାୟକ ସରୋଜ ମେହେର
1 min read
ଆଓରି-ଭୁବନେଶ୍ଵର(୨୪/୦୬) : ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠବସ କରିବା ଘଟଣା ପାଟଣାଗଡ଼ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ଏହି ଦବଙ୍ଗଗିିରି ପାଇଁ ବିଧାୟକ ସରୋଜ ମେହେରଙ୍କୁ ସୋମବାର ପୋଲିସ ଗିରଫ କରିଛି। ଗିରଫ କରାଯିବା ପରେ ତାଙ୍କୁ ଏଡିଜେଙ୍କ କୋର୍ଟରେ ହାଜର ପାଇଁ ନିଆଯାଉଛି। ସୂଚନା ଅନୁଯାୟୀ, ଆଜି ସକାଳେ ପୋଲିସ ତାଙ୍କୁ ନୂଆପଡ଼ାରୁ ବଲାଙ୍ଗୀର ଆଣି ନିକଟସ୍ଥ ମନୋହରପୁର ବାରାକ୍ରେ ରଖି ମାରାଥନ ଜେରା କରିଥିଲା। ପରେ ପାଟଣାଗଡ଼ ଅଣାଯାଇଥିଲା। ସେଠାରେ ତାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ଗିରଫ କରାଯାଇଛି।
ଜେଇଙ୍କୁ କାନଧରି ଉଠବସ କରାଇ ବିବାଦରେ ଛନ୍ଦି ହୋଇ ଯାଇଥିଲେ ବିଜେଡି ବିଧାୟକ ସରୋଜ ମେହେର । ବିଭିନ୍ନ ରାଜନୈତିକ ଦଳ ଏବଂ ସ୍ଥାନୀୟ ଲୋକେ ବିଧାୟକଙ୍କ ଗିରଫଦାରୀକୁ ନେଇ ଦାବି କରି ଆସୁଥିଲେ । ତେବେ ଶେଷରେ ନିଜେ ବିଧାୟକ ଆତ୍ମସମର୍ପଣ କରିଥିବା ଜଣା ପଡିଛି ।