ରାଜ୍ୟ

ମାଟ୍ରିକ୍ ଭଳି ଯୁକ୍ତ ଦୁଇ ବିଜ୍ଞାନରେ ବି କମିଲା ପାସ୍ ହାର

ଆ.ଓ.ରି(ତା୧୯|୫)-ସରକାର ଓ ଶିକ୍ଷକଙ୍କ ମଧ୍ୟରେ ବାଦବିବାଦ ଭିତରେ ଶେଷରେ ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍‌ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବା ସହ ଫଳ ଘୋଷଣା କରିଥିଲେ।

ଉଦ୍‌ବେଗର ବିଷୟ ହେଲା, ଗତବର୍ଷ ତୁଳନାରେ ଏଥର ପାସ୍ ହାର ୪.୧୩ ପ୍ରତିଶତ ହ୍ରାସ ପାଇଛି। ଗତବର୍ଷ ୮୧ .୧୧ ପ୍ରତିଶତ ପିଲା ପାସ୍ କରିଥିବାବେଳେ ଏଥର ପାସ୍ ହାର ରହିଛି ୭୬. ୯୮ ପ୍ରତିଶତ। ଏବର୍ଷ ମୋଟ୍ ୯୫ ହଜାର ୯୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୩ ହଜାର ୨୧୧ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପ୍ରଶ୍ନ ଉଠୁଛି କାହିଁକି କମିଲା ପାସ୍ ହାର ? ଏଥିପାଇଁ ଦାୟୀ କିଏ ? ମୂଲ୍ୟାୟନ ସମୟରେ ଶିକ୍ଷକ ଆନ୍ଦୋଳନକୁ ନେଇ ଦେଖାଦେଇଥିବା ବିଭ୍ରାଟ ନା କଲେଜଗୁଡ଼ିକରେ ଭିତ୍ତିଭୂମିର ଅଭାବ ? ବଡ଼କଥା ହେଲା ସିବିଏସ୍ଇ ଢାଞ୍ଚାରେ ପରୀକ୍ଷା ହୋଇଥିଲେ ବି ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମାତ୍ର ୪୧।

Related Articles

Leave a Reply

Your email address will not be published. Required fields are marked *

Back to top button