ମନୋରଞ୍ଜନ

ସଞ୍ଜୁ ଚଳଚ୍ଚିତ୍ରରେ ଅଭିନୟ ପାଇ ବହୁତ ଖୁସି: ପରେଶ ରାୱଲ

ଆଓରି-ନୂଆଦିଲ୍ଳୀ(୨୮/୬) : ସଞ୍ଜୟ ଦତ୍ତଙ୍କ ଜୀବନ ଉପରେ ଆଧାରିତ ହୋଇଥିବା ଚଳଚ୍ଚିତ୍ର ସଞ୍ଜୁ ଜୁନ ମାସ ୨୯ତାରିଖରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ଭୂମିକାରେ ରଣବୀର କପୁର ନଜର ଅସିଥିଲାବେଳେ ତାଙ୍କ ବାପା ସୁନୀଲ ଦତ୍ତଙ୍କ ଚରିତ୍ରରେ ନଜର ଆସିବେ ପରେଶ ରାୱଲ। ଏକ ସାକ୍ଷାତକାରରେ ପରେଶ ଚଳଚ୍ଚିତ୍ର ସହିତ ନିଜର ଅନୁଭବ ବାଖ୍ୟା କରି କହିଛନ୍ତି ଯେବେ ରାଜକୁମାର ହିରାନୀ ମୋତେ ଏହି ଚଳଚ୍ଚିତ୍ରରେ କାମକରିବାକୁ ଡାକିଥିଲେ ତେବେ ମୁଁ ବହୁତ ଖୁସୀ ହୋଇଥିଲି। ମୁଁ ପୂର୍ବରୁ ରାଜକୁମାର ହିରାନୀଙ୍କ ସହ କାମ କରିବାରଥିଲା ମାତ୍ର କିଛି କାରଣରପାଇଁ ଏହା ହୋଇ ନ ଥିଲା, ସେବେଠାରୁ ମୁଁ ରାଜକୁମାର ହିରାନୀଙ୍କ ସହ କାମକରିବା ପାଇଁ ଉତ୍ସୁକ ଥିଲି। ବର୍ତ୍ତମାନ ସଞ୍ଜୁ ଭଳି ଚଳଚ୍ଚିତ୍ରରେ ମୋତେ ତାଙ୍କ ସହ କାମ କରିବାର ସୁଯୋଗ ମିଳିଥିବାରୁ, ମୁଁ ବହୁତ ଖୁସି ଅନୁଭବ କରୁଛି ବୋଲି ପରେଶ୍‍ ରାୱଲ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button