ଜାତୀୟ

ସରକାରୀ ଚାକିରି ପୂର୍ବରୁ ୫ ବର୍ଷ ମିଲିଟାରି ସେବା ବାଧ୍ୟତାମୂଳକ ହୋଇପାରେ

ନୂଆଦିଲ୍ଲୀ(ଆଓରି)୧୫-୩: ଦିନକୁ ଦିନ ଆମ ଦେଶର ନିରାପତ୍ତା ପରିସ୍ଥିତି ଜଟିଳ ହେବାରେ ଲାଗିଛି କାରଣ ଉଭୟ ଚୀନ ଓ ପାକିସ୍ତାନ ପଟୁ ବିପଦ ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଆମ ପ୍ରତିରକ୍ଷା ବାହିନୀକୁ ସବୁବେଳେ ପ୍ରସ୍ତୁତ ରଖିବାର ଆବଶ୍ୟକତା ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଆମ ପ୍ରତିରକ୍ଷା ବାହିନୀର ତିନୋଟି ଯାକ ବିଭାଗରେ ହଜାର ହଜାର ଅଫିସର ଓ ଜବାନ ପଦବୀ ଖାଲି ପଡିଛି । ଏଣୁ ଏହି ଅଭାବ ପୂରଣ କରିବାକୁ ସରକାର ବାଧ୍ୟତାମୂଳକ ସାମରିକ ସେବା ଆରମ୍ଭ କରିବାକୁ ଗୁରୁତ୍ୱର ସହ ବିଚାର ଆରମ୍ଭ କରିବା ଉଚିତ ବୋଲି ଏକ ସଂସଦୀୟ ସ୍ଥାୟୀ କମିଟି ସୁପାରିଶ କରିଛନ୍ତି।

କମିଟି ସରକାରଙ୍କୁ ସୁପାରିଶ କରିଛି ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରୀ ସେବାରେ ଯୋଗ ଯୋଗଦେବା ପୂର୍ବରୁ କର୍ମଚାରୀମାନେ ବାଧ୍ୟତାମୂଳକ ପାଞ୍ଚ ବର୍ଷିଆ ସାମରିକ ସେବାରେ ଯୋଗ ଦେବା ଆବଶ୍ୟକ । ଏପରି କରାଯିବା ଦ୍ୱାରା ସେନାବାହିନୀର ଅଫିସର ଓ ଜବାନ ଅଭାବ ପୂରଣ ହୋଇପାରିବ । କମିଟି ଏହା ମଧ୍ୟ କହିଛି ଯେ ସେନାରେ ଖାଲି ପଡିଥିବା ପଦବୀଗୁଡିକ ପୂରଣ ପାଇଁ ସରକାର ଜରୁରୀକାଳୀନ ଭାବରେ ପଦକ୍ଷେପ ନେବା ଆବଶ୍ୟକ, କାରଣ ଏହା ଦେଶର ନିରାପତ୍ତା ସହ ଜଡିତ ।

Related Articles

Leave a Reply

Your email address will not be published. Required fields are marked *

Back to top button