ପ୍ରବାସୀ ଓଡିଆରାଜ୍ୟ

ଓଡିଆ ପ୍ରଫେସର ପଞ୍ଚାନନ ମହାନ୍ତିଙ୍କ ୨ ନୂଆ ଭାଷା ଆବିଷ୍କାର

ଆଜିର ଓଡିଶା (ତା୭|୪)-

ହାଇଦ୍ରାବାଦ୍‍ ବିଶ୍ୱବିଦ୍ୟାଳୟର ପ୍ରଫେସର ପଞ୍ଚାନନ ମହାନ୍ତି ଦୁଇଟି ନୂଆ ଭାଷା ଆବିଷ୍କାର କରିଥିବା ସୂଚନା ମିଳିଛି। ‘ୱାଲ୍‍ମିକି’ ଓ ‘ମହ୍ଲାର’ ନାମରେ ଏହି ନୂଆ ଭାଷାକୁ ନାମିତ କରାଯାଇଛି। ବାଲ୍ମୀକିଙ୍କ ରଚିତ ଭାଷା ରୂପେ ବିଶ୍ୱାସ କରାଯାଉଥିବା ‘ୱାଲମିକି’ କୋରାପୁଟ ଜିଲାର କିଛି ଅଞ୍ଚଳରେ ପ୍ରଚଳିତ ଅଛି। ସେହିପରି ଭୁବନେଶ୍ୱରଠାରୁ ପ୍ରାୟ ୧୬୫ କିମି ଦୂରବର୍ତ୍ତୀ ଏକ ଅଞ୍ଚଳରେ ରହୁଥିବା ୭୫ ସଦସ୍ୟ ବିଶିଷ୍ଟ ଏକ ନିର୍ଦିଷ୍ଟ ବର୍ଗ ‘ମହ୍ଲାର’ ଭାଷାରେ କଥାବାର୍ତ୍ତା କରୁଛନ୍ତି। ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ବିରଳ ଭାଷା କେନ୍ଦ୍ର ଓ ମାତୃଭାଷା ବିଭାଗରେ କାର୍ଯ୍ୟରତ ପ୍ରଫେସର ମହାନ୍ତି ତାଙ୍କ ଗବେଷଣାଲବ୍ଧ ତଥ୍ୟକୁ ୟୁନାଇଟେଡ୍‍ କିଙ୍ଗଡମ୍‍ ସ୍ଥିତ ବିଲୁପ୍ତ ଭାଷା ଫାଉଣ୍ଡେସନ୍‍ର ବିଂଶତମ ବାର୍ଷିକ ସମ୍ମିଳନୀରେ ଉପସ୍ଥାପନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button