ଜାତୀୟ

ମୁଣ୍ଡ ନୁଆଇଁଲା ପାକିସ୍ତାନ ; ଭାରତ ଫେରିବେ ଅଭିନନ୍ଦନ

ଆଓରି-ନୂଆଦିଲ୍ଲୀ(୨୮/୦୨) : ଭାରତୀୟ ବାୟୁସେନା ପାଇଲଟ୍‌ ଅଭିନନ୍ଦନ ଆସନ୍ତା କାଲି ଭାରତ ଫେରିବେ ବୋଲି ସ୍ଥିର କରାଯାଇଛି । ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସଂସଦରେ ଘୋଷଣା କରିଛନ୍ତି ।

ସଂସଦରେ ଏକ ମିଳିତ ଅଧିବେଶନରେ ଏହି ନିଷ୍ପତ୍ତି ନେଇଛି ପାକିସ୍ତାନ । ତେବେ ଇମ୍ରାନ୍‌ କହିଛନ୍ତି ଯେ, ଅଭିନନ୍ଦନଙ୍କୁ ଛାଡ଼ିବା ତାଙ୍କର ଦୁର୍ବଳତା ନୁହେଁ ବରଂ ତାଙ୍କର ବଡ଼ ପଣିଆ । ସେ ପୁଣିଥରେ ଶାନ୍ତି ସ୍ଥାପନ କରିବାକୁ ଭାରତକୁ ଆହ୍ୱାନ ଦେଇଛନ୍ତି । କିନ୍ତୁ ଅନ୍ୟପଟେ କୁହାଯାଉଛି ଭାରତର ଶକ୍ତି ଆଗରେ ପାକିସ୍ତାନ ମୁଣ୍ଡ ନୁଆଁଇଛି । କାରଣ ଭାରତର ଶକ୍ତି ତୁଳନାରେ ପାକିସ୍ତାନ ଦୁର୍ବଳ ରହିଛି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଡ଼ା ପଦକ୍ଷେପ ଏବଂ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଛି ।

ଗତକାଲି ଭାରତୀୟ ବାୟୁସେନା ପାକିସ୍ତାନ ସୀମାରେ ଉଡ଼ୁଥିବା ବେଳେ ପାକିସ୍ତାନ ଗୁଳି କରି ଖସାଇ ଦେଇଥିଲା । ଏହି ଯୁଦ୍ଧ ବିମାନର ପାଇଲଟ ଅଭିନନ୍ଦନଙ୍କୁ ପାକ୍‌ ଆର୍ମୀ ଗିରଫ କରିଥିଲା । ଗିରଫ କରିବା ସହ ଅଭିନନ୍ଦନଙ୍କ ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର୍‌ କରିଥିଲା । ଏହା ସହ ଅଭିନନ୍ଦନଙ୍କୁ ମାଡ଼ମାରି ଲହୁଲୁହାଣ କରିଥିବା ଭିଡିଓ ମଧ୍ୟ ପ୍ରସାରିତ ହୋଇଥିଲା ।

ତେବେ ଶେଷରେ ଅନେକ ଘଟଣା କ୍ରମ ପରେ ପାକିସ୍ତାନ ଅଭିନନ୍ଦନଙ୍କୁ ମୁକ୍ତ କରିବାକୁ ରାଜି ହୋଇଛି । ଏହା ସହ ଭାରତ ସହ ଶାନ୍ତି ସ୍ଥାପନ ପାଇଁ ଆହ୍ୱାନ ଦେଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button