March 26, 2023

କୁଳଭୂଷଣ ଯାଦବଙ୍କୁ ତୁରନ୍ତ ମୁକ୍ତ କରୁ ପାକିସ୍ତାନ ; ଏସ ଜୟଶଂକର

1 min read
S-Jaishankar-Aajira-Odisha

ଆଓରି-ନୂଆଦିଲ୍ଲୀ(୧୮/୦୭) : କୁଳଭୂଷଣ ଯାଦବ ନିର୍ଦ୍ଦୋଶ, ଶିଘ୍ର ତାଙ୍କୁ ମୁକ୍ତ କରୁ ପାକିସ୍ତାନ । ଏକ ଲୟରେ ସଂସଦରେ ଏହା କହିଛନ୍ତି ବିଦେଶ ମନ୍ତ୍ରୀ ଜୟଶଙ୍କର । ଏଥିସହିତ ପାକିସ୍ତାନର ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବ ମାମଲାରେ ଅନ୍ତର୍ଜାତୀୟ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇବା ସହ ଜୟଶଙ୍କର ରାଜ୍ୟସଭାରେ କହିଛନ୍ତି ଯେ, କେନ୍ଦ୍ର ସରକାର ଯାଦବଙ୍କ ସରୁକ୍ଷାକୁ ସୁନିଶ୍ଚିତ କରିବା ସହ ଯଥାଶୀଘ୍ର ତାଙ୍କୁ ଭାରତ ଫେରାଇ ଆଣିବାକୁ ଚେଷ୍ଟା ଜାରି ରଖିବେ ।

ରାଜ୍ୟସଭାରେ ଦେଇଥିବା ବୟାନ୍‌ରେ ଜୟଶଙ୍କର କହଛନ୍ତି ଯେ, ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ମନଗଢା ଅଭିଯୋଗର ଆଧାରରେ ବେଆଇନ ଭାବେ ପାକିସ୍ତାନ ବନ୍ଦୀ କରି ରଖିଛି । ଅନ୍ୟପଟେ ବିଦେଶ ମନ୍ତ୍ରୀ ଅନ୍ତରାଷ୍ଟ୍ରୀୟ କୋର୍ଟଙ୍କ ନିଷ୍ପତିକୁ ନେଇ କହିଛନ୍ତି, ଏହି ନିଷ୍ପତି କେବଳ ଭାରତ ଏବଂ ଯାଦବଙ୍କ ବିଜୟ ନୁହେଁ  ବରଂ ଏହା ସେହିମାନଙ୍କ ବିଜୟ ଯେଉଁମାନେ ଆଇନବ୍ୟବସ୍ଥା ଏବଂ ଅନ୍ତରାଷ୍ଟ୍ରୀୟ ସନ୍ଧିକୁ ପବିତ୍ରତାର ସହ ପାଳନ କରୁଛନ୍ତି ଏବଂ ବିଶ୍ୱାସ କରୁଛନ୍ତି । ଆମେ କୁଳଭୂଷଣ ଯାଦବଙ୍କ ମୁକ୍ତି ଏବଂ ଭାରତ ପ୍ରତ୍ୟାବର୍ତ୍ତନ  ପାଇଁ ଚେଷ୍ଟା ଜାରି ରଖିବୁ  ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.