ଡରିଲା ପାକିସ୍ତାନ କହିଲା କୌଣସି ପରିସ୍ଥିତିରେ ଆମେ ଯୁଦ୍ଧ ଚାହୁଁନାହୁଁ
1 min read
ଆଓରି-ନୂଆଦିଲ୍ଲୀ(୨୭/୦୨) : ଭାରତର ପ୍ରସ୍ତୁତି ଦେଖି ଡରିଗଲା ପାକିସ୍ତାନ । ଆଜି ସକାଳେ ପାକ୍ ବାୟୁସେନା ସୀମା ଉଲ୍ଲଙ୍ଘନ କରିବା ପରେ ଭାରତୀୟ ବାୟୁସେନା ପକ୍ଷରୁ କଡା ଜବାବ୍ ଦିଆଯାଇଥିଲା । ଏହାପରେ ଭାରତ ସହ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିଛି ପାକ୍ । ପାକ୍ ସେନା ପ୍ରବକ୍ତା ଆସିଫ୍ ଗଫୁର କହିଛନ୍ତି ଯେ, ଆମେ କୌଣସି ପରିସ୍ଥିତିରେ ଯୁଦ୍ଧ ଚାହୁଁନାହୁଁ । ଆମେ ଶାନ୍ତି ପକ୍ଷରେ ଅଛୁ । ପାକିସ୍ତାନ ଆତ୍ମରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଥିଲା ।
ସୂଚନାଯୋଗ୍ୟ, ଆଜି ସକାଳେ ପାକ୍ର ଦୁଇ ବିମାନ ଭାରତ ଆକାଶ ସୀମା ଉଲ୍ଲଙ୍ଗନ କରିଥିଲା । ଏଲଓସି ନିକଟରେ ଏହା ବୋମା ପକାଇ ଅସ୍ଥିରତା ସୃଷ୍ଟି କରିବାକୁ ଲାଗିଥିଲା । କିନ୍ତୁ ଭାରତୀୟ ବାୟୁସେନା ଏହାର କଡା ମୁକାବିଲା କରି ଗୋଟିଏ ବିମାନକୁ ଖସାଇଦେଇଥିଲେ ।