March 24, 2023

ଏଲଏନଜି ମାମଲାରେ ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ ଖାକାନ

1 min read

ଆଓରି-ନୂଆଦିଲ୍ଲୀ(୧୮/୦୭) : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ)ର ନେତା ଶାହିଦ ଖାକାନ ଆବାସିଙ୍କୁ ଇସଲାମାବାଦସ୍ଥିତ ଟୋଲ-ପ୍ଲାଜାରୁ ଗୁରୁବାର ଗିରଫ କରାଯାଇଛି। ପୂର୍ବତନ ପ୍ରଧନାମନ୍ତ୍ରୀ ଶାହିଦ ଖାକାନଙ୍କୁ ନ୍ୟାସନାଲ ଆକାଣ୍ଟିବିଲିଟି ବ୍ୟୁରୋ (ଏନଏବି) ଏଲଏନଜି ମାମଲାରେ ଗିରଫ କରିଥିବା ସୂଚନା ମିଳିଛି।

ଏନଏବି ଗିରଫଦାରୀ ୱାରେଣ୍ଟ ଅନୁସାରେ ଆବାସି ନ୍ୟାସନାଲ ଆକାଉଣ୍ଟିବିଲିଟି ଅର୍ଡିନାନ୍ସ ୧୯୯୯ ଧାରା ୯ରେ ଦୁର୍ନୀତି ଅଭିଯୁକ୍ତ ଅଛନ୍ତି। ପାକିସ୍ତାନ ମୁସଲିମ ଲିଗ ନୱାଜର ଅଧ୍ୟକ୍ଷ ଶାହାବାଜ ଶରିଫଙ୍କ ଦ୍ୱାରା ଲାହୋରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାକୁ ଶାହିଦ ଖାକାନ ଯାଉଥିବାବେଳେ ତାଙ୍କୁ ଗିରଫ କରାଯାଇଛି। ପିଏମଏଲଏନ ନେତା ଏହସାନ ଇକବାଲ ଏହି ଗିରଫଦାରୀର ସୂଚନା ଦେଇଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.