February 25, 2024

ଆମେରିକାକୁ ଖୁସି କରିବାପାଇଁ ହାଫିଜ ସୟିଦକୁ ଗିରଫ କରିଥିଲା ପାକିସ୍ତାନ ; ପାକିସ୍ତାନ ପୂର୍ବତନ ରାଷ୍ଟ୍ରଦୂତ

1 min read
hafiz-saeed-aajira-odisha

ଆଓରି-ନୂଆଦିଲ୍ଲୀ(୨୫/୦୭) : ଆତଙ୍କବାଦୀ ହାଫିଜ ସୟିଦଙ୍କୁ ଗିରଫ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସାବାସୀ ସାଉଁଟୁଛନ୍ତି। କିନ୍ତୁ ପାକିସ୍ତାନର ଜଣେ ପୂର୍ବତନ ରାଷ୍ଟ୍ରଦୂତ ଇମ୍ରାନ ସରକାରର ଅସଲ ଉଦ୍ଦେଶ୍ୟର ଗୁମର ଖୋଲିଛନ୍ତି। ବିଶ୍ଵବାସୀଙ୍କ ଆଖିରେ ଧୂଳି ଦେଇ ଖସିଯିବାକୁ ସୟିଦକୁ ଗିରଫ କରାଯାଇଛି। ଆମେରିକାକୁ ଖୁସି କରିବା ଲାଗି ଏସବୁ କରାଯାଇଛି ବୋଲି ବ୍ରିଟେନରେ ପାକିସ୍ତାନ ରାଷ୍ଟ୍ରଦୂତ ରହିଥିବା ୱାଜିଦ ଶମଶୁଲ ହସନ କହିଛନ୍ତି।

ହସନ କହିଛନ୍ତି, ଆତଙ୍କବାଦୀ ସଂଗଠନ ଜମାଦ-ଉଦ-ଦ୍ୱାୱା ମୁଖ୍ୟ ହାଫିଜ ସୟିଦକୁ ୯ମ ଥର ପାଇଁ ଗିରଫ କରାଯିବା ଏବଂ ଇମ୍ରାନ ଖାନଙ୍କ ୱାଶିଂଟନ ଯାତ୍ରା ମଧ୍ୟରେ ବେଶ୍‌ ଘନିଷ୍ଠ ସମ୍ପର୍କ ରହିଛି। ହାଫିଜ ସୟିଦର ଗିରଫଦାରି ପରେ ତୁରନ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ଵିଟ୍‌ କରି ଏହା ନିଜର ବାରମ୍ବାର ପ୍ରୟାସର ପରିଣାମ ବୋଲି କହିଥିଲେ। ମାତ୍ର ଏସବୁ ଆମେରିକାକୁ କେବଳ ଖୁସି କରିବାର ଏକ ନାଟକ ଥିଲା। ସେ ଆହୁରି କହିଛନ୍ତି, ଇମ୍ରାନ ଆମେରିକା ଗସ୍ତ କରିବାର ଠିକ୍‌ ପୂର୍ବ ସନ୍ଧ୍ୟାରେ ସୁଯୋଗ ଦେଖି ହାଫିଜକୁ ଗିରଫ କରାଯାଇଛି। ଏହାକୁ ଠିକ୍‌ ସମୟରେ ନିଆଯାଇଥିବା ଉଚିତ ପଦକ୍ଷେପ ବୋଲି କୁହାଯାଇପାରେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.