ଆନ୍ତର୍ଜାତୀୟଜିଲ୍ଲା

ପାକିସ୍ତାନ ଆତଙ୍କବାଦୀ ରାଷ୍ଟ୍ର: ଆମେରିକା

ଓ୍ଵାଶିଂଟନ :

ଆମେରିକା ସିନେଟ୍‌ରେ ପାକିସ୍ତାନକୁ କଡ଼ା ନିନ୍ଦା କରାଯାଇଛି। ପାକିସ୍ତାନ ଏକ ଆତଙ୍କବାଦୀ ରାଷ୍ଟ୍ର। ଯଦି ଏହା ଆତଙ୍କବାଦୀଙ୍କୁ ସମର୍ଥନ ଦେବା ବନ୍ଦ ନକରେ ତାହେଲ ଆମେରିକା ଏହାକୁ ଯୋଗାଇ ଦେଉଥିବା ସମସ୍ତ ସହାୟତା ବନ୍ଦ କରିବାକୁ ସିନେଟ୍‌ର ସଦସ୍ୟମାନେ ଦାବି କରିଛନ୍ତି।  ଗୋଟିଏ ପଟେ ପାକିସ୍ତାନ ଆମେରିକାଠାରୁ ସହାୟତା ମାଗୁ ଥିବାବେଳେ ଅନ୍ୟପଟେ ଆଫଗାନିସ୍ତାନରେ ଏହାର ସୈନ୍ୟମାନଙ୍କୁ ହତ୍ୟା କରୁଛି। ଆମେରିକା ପ୍ରଦାନ କରୁଥିବା କୋଟି କୋଟି ଡଲାରର ସହାୟତା ରାଶି ପାକିସ୍ତାନ ଆତଙ୍କବାଦୀ ସଂଗଠନ ପଛରେ ଖର୍ଚ୍ଚ କରୁଛି। ଆମେରିକା ଡ୍ରୋନ ଆକ୍ରମଣରୁ ଆତଙ୍କବାଦୀଙ୍କୁ  ବଞ୍ଚାଇବା ପାଇଁ ପାକିସ୍ତାନ ସରକାର ସେମାନଙ୍କୁ ସୁରକ୍ଷା ଦେଉଥିବା ସିନେଟ ସଦସ୍ୟମାନେ ଅଭିଯୋଗ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button