ଜାତୀୟଜିଲ୍ଲା

ପାକିସ୍ତାନ ହାଇ କମିଶନରଙ୍କୁ ସମନ୍‌


ଭାରତୀୟ ରାଷ୍ଟ୍ରଦୂତଙ୍କୁ ଅସମ୍ମାନ ପ୍ରସଂଗ


ନୂଆଦିଲ୍ଳୀ: କରାଚିରେ ଭାରତୀୟ ରାଷ୍ଟ୍ରଦୂତ ଗୌତମ ବମ୍ବାଓ୍ଵାଲେଙ୍କ ଏକ କାର୍ଯ୍ୟକ୍ରମକୁ ଶେଷ ମୂହୂର୍ତ୍ତରେ ବାତିଲ କରାଯିବା ଘଟଣାର ପ୍ରତିବାଦରେ ଭାରତ ଆଜି ପାକିସ୍ତାନ ରାଷ୍ଟ୍ରଦୂତ ଅବଦୁଲ ବସିତଙ୍କୁ ସମନ ଜାରି କରିଛି। ବିନା କୌଣସି କାରଣ ଦର୍ଶାଇ ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟକ୍ରମ ବାତିଲ କରାଯିବା ଅସୌଜନ୍ୟ ବୋଲି ଭାରତ କହିଛି। ପାକିସ୍ତାନରେ ଅବସ୍ଥାପିତ ଆମ ରାଷ୍ଟ୍ରଦୂତମାନେ ବିନା କୌଣସି ବାଧାରେ ଯେପରି କାର୍ଯ୍ୟ ସମ୍ପାଦନ କରିବେ ପାକିସ୍ତାନ ତାହା ନିଶ୍ଚିତ କରିବାକୁ ବସିତଙ୍କୁ ସମନ କରାଯାଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗତ ଅଗଷ୍ଟ ୧୪ରେ ପାକିସ୍ତାନ  ରାଷ୍ଟ୍ରଦୂତ ନୂଆଦିଲ୍ଲୀରେ କଶ୍ମୀର ପ୍ରସଂଗରେ ଉତ୍ତେଜନାମୂଳକ ମନ୍ତବ୍ୟ ଦେଇଥିଲେ। ମାତ୍ର ଭାରତୀୟ ରାଷ୍ଟ୍ରଦୂତଙ୍କ ସମାନ ଆଭିମୁଖ୍ୟ ପାକିସ୍ତାନ ସରକାର ହଜମ କରିପାରି ନାହାନ୍ତି। ତେଣୁ ଶେଷ ମୁହୂର୍ତ୍ତରେ ଏହା ବମ୍ବାଓ୍ଵାଲେଙ୍କ  କରାଚି କାର୍ଯ୍ୟକ୍ରମ ବାତିଲ କରି ତାଙ୍କୁ ଅପମାନିତ କରିଛନ୍ତି । ପାକିସ୍ତାନର ଏପରି ଆଭିମୁଖ୍ୟ ଗ୍ରହଣଯୋଗ୍ୟ ନୁହେଁ ବୋଲି ଭାରତ କହିଛି। ସୂଚନାଯୋଗ୍ୟ, ଗତକାଲି କରାଚି କାଉନସିଲ ପକ୍ଷରୁ  ଆୟୋଜିତ ବିଦେଶ ବ୍ୟାପାର ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ କଶ୍ମୀର ପ୍ରସଂଗରେ ହସ୍ତକ୍ଷେପ ପାଇଁ ବମ୍ବାଓ୍ଵାଲେ ପାକିସ୍ତାନକୁ କଡ଼ା ଆକ୍ଷେପ କରିଥିଲେ। କାଚ ଘରେ ରହୁଥିବା ଲୋକ ଅନ୍ୟ ଉପରେ ଟେକା ମାରିବା ଅନୁଚିତ ବୋଲି ସେ କହିଥିଲେ। ଏହାର କିଛି ସମୟ ପରେ ସେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହୋଇଥିବା  କରାଚି ଚ୍ୟାମ୍ବର ଅଫ କମର୍ସ କାର୍ଯ୍ୟକ୍ରମକୁ ଅଚାନକ ରଦ୍ଦ କରି ଦିଆଯାଇଥିଲା। ଏହି ବୈଠକରେ ଯୋଗ ଦେବାକୁ ଗୌତମ କରାଚୀରେ ପହଞ୍ଚିଥିଲେ। ସେ ଦାୟିତ୍ୱ ନେବାପରେ ଏହା ତାଙ୍କର ପ୍ରଥମ କରାଚୀ ଗସ୍ତ ଥିଲା। ଆୟୋଜକମାନେ ଏହି କାର୍ଯ୍ୟକ୍ରମ ବାତିଲ କରିଥିବାବେଳେ ଏହାର ସନ୍ତୋଷଜନକ କାରଣ ଦର୍ଶାଇପାରିନଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button