ଜାତୀୟ

ପି. ଚିଦମ୍ବରମଙ୍କୁ ତିହାର ଜେଲକୁ ପଠାଇଲେ ସିବିଆଇ କୋର୍ଟ

ଆଓରି-ନୂଆଦିଲ୍ଲୀ(୦୫/୦୯) : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ସିବିଆଇ କୋର୍ଟ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଗୁରୁବାର ତିହାର ଜେଲକୁ ପଠାଇ ଦେଇଛି। ଚଦମ୍ବରମଙ୍କ ଜେଡ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଦାଲତ ତାଙ୍କୁ ଅଲଗା କୋଠରିରେ ରଖିବାକୁ ନିର୍ଦେଶ ଦେଇଛି। କୋର୍ଟ ତାଙ୍କୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।

ସୋଲିସେଟର ଜେନେରାଲ ଆଶ୍ୱାସନା ଦେଇଛନ୍ତି ଯେ ଜଲରେ ଚିଦମ୍ବରମଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯିବ। ଚିଦମ୍ବରମଙ୍କ ରିମାଣ୍ଡ ଅବଧି ଗୁରୁବାର ଶେଷ ହେବା ପରେ ଆଇଏନଏକ୍ସ ମିଡିଆ ମାମଲାରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେଠାରେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ କହିଥିଲେ। ଏହାପରେ ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ସିବିଆଇର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ସେଠାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଏହା ପୂର୍ବରୁ ସୁପ୍ରିମକୋର୍ଟ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେଇଥିଲେ । ଫଳରେ ଇଡି ତାଙ୍କୁ ଗିରଫ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିବା ପରେ ପଚରାଉଚରା ଜାରି ରଖିଥିଲା। ଗୁରୁବାର ରିମାଣ୍ଡ ଶେଷ ହେଉଥିବାବେଳେ ଚିଦମ୍ବରମ ଆଗୁଆ ଜାମିନ ଆବେଦନ କରି ବିଫଳ ହୋଇଛନ୍ତି । ଏବେ କୋର୍ଟ ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ତିହାର ଜେଲକୁ ପଠାଇ ଦେଇଛନ୍ତି । ଏହା ଭିତରେ ସିବିଆଇ ତାଙ୍କୁ ୫ଟି ପ୍ରର୍ଯ୍ୟାୟରେ ଜେରା କରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button