ଜାତୀୟ

ଯୋଗୀଙ୍କ ଶାସନ କାଳରେ ହୋଇଛି ୩୦୦୦ ଏନକାଉଣ୍ଟର

ଆଓରି-ନୂଆଦିଲ୍ଲୀ(୨୫/୦୧) : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ସାଧାରଣତନ୍ତ୍ର ଦିବସ ଅବସରରେ ସଫଳତାର ଏକ ତାଲିକା ପ୍ରସ୍ତୁତ କରିଛି। ଏଥିରେ ଆଦିତ୍ୟନାଥଙ୍କ ସମୟରେ ହୋଇଥିବା ସମସ୍ତ ଏନ୍‌କାଉଣ୍ଟରକୁ ସ୍ଥାନିତ କରାଯାଇଛି। ସରକାରୀ ତାଲିକା ଅନୁଯାୟୀ, ମାର୍ଚ୍ଚ ୨୦୧୭ରୁ ଜୁଲାଇ ୨୦୧୮ ମଧ୍ୟରେ ଯୋଗୀ ସରକାରଙ୍କ ପୋଲିସ ପାଖାପାଖି ୩ ହଜାର ଏନ୍‌କାଉଣ୍ଟର କରିଛନ୍ତି। ଆଉ ଏଥିରେ ପ୍ରାୟ ୭୮ ଜଣ ଅପରାଧି ପ୍ରାଣ ହରାଇଥିବା ଦାବି କରାଯାଉଛି। ସୂଚନାଯୋଗ୍ୟ, ସାଧାରଣତନ୍ତ୍ର ଦିବସ ଅବସରରେ ଉତ୍ତର ପ୍ରଦେଶରେ ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏକ ବଡ ସଫଳତା ଭାବେ ଯୋଗୀ ସରକାର ସାଧାରଣ ଜନତାଙ୍କ ଆଗରେ ଉପସ୍ଥାପନ କରିବେ ବୋଲି କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button