ଆଉଟ୍ ଲୁକ୍ରେ ମୁଖ୍ୟମନ୍ତ୍ରୀ ନବୀନଙ୍କ କାର୍ଟୁନ୍
1 min read
ଭୁବନେଶ୍ୱର:
କଳାହାଣ୍ଡିର ଦାନ ମାଝୀ ସ୍ତ୍ରୀର ଶବକୁ କାନ୍ଧରେ ବୋହିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାର୍ଟୁନ୍ କରିଛି ଜାତୀୟ ପତ୍ରିକା ‘ଆଉଟ୍ ଲୁକ୍’। ପତ୍ରିକାର ଗୋଟିଏ ପୃଷ୍ଠାରେ ଦାନ ମାଝୀ ତା’ ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେଉଥିବାର ଦୃଶ୍ୟର କାର୍ଟୁନ୍ ରହିଛି। ଆଉ ସେହି ସମାନ ପୃଷ୍ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାର୍ଟୁନ୍ କରାଯାଇଛି। ସେଠାରେ ‘ଆଉଟ୍ ଲୁକ’ ପତ୍ରକା ଗୋଟିଏ କୋଟେସନ୍ ଲେଖିଛି। ଯେଉଁଥିରେ ଉଲ୍ଲେଖ ଅଛି ଯେ,
‘କାହିଁକି ସେମାନେ ବିବାହ କରୁଥିଲେ, ଯଦି ବାହା ହୋଇ ନ’ଥାନ୍ତେ ତେବେ ଖୁସିରେ ରହିଥାନ୍ତେ।’
‘ଆଉଟ ଲୁକ’ରେ ଏଭଳି କାର୍ଟୁନ୍ ପ୍ରକାଶ ପାଇବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି। ଦଳର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଶସ୍ତା ମାର୍କେଟିଂ ପାଇଁ ପତ୍ରିକା ଏଭଳି ଉଦ୍ୟମ କରିଛି। ପଛୁଆ ଅଂଚଳରେ ବିକାଶ ପାଇଁ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି। ଆଉ ସେ ସବୁ ଯୋଜନାରେ ମୁଖ୍ୟମନ୍ତ୍ରୀ ନିଜେ ଅନ୍ତର୍ଭୁକ୍ତ ରହୁଛନ୍ତି। ଦାନ ମାଝୀଙ୍କ ଘଟଣାକୁ ନେଇ ଜାତୀୟ ପତ୍ରିକା ନିଜର ମାର୍କେଟିଂ ପାଇଁ ଏଭଳି ଅପଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।