ପ୍ରକାଶ ପାଇଲା OTET ପରୀକ୍ଷା ପାଇଁ ବିଜ୍ଞପ୍ତି
1 min read
ଆଓରି-ଭୁବନେଶ୍ଵର(୧୩/୦୭) : ପ୍ରକାଶ ପାଇଲା OTET ପରୀକ୍ଷା ପାଇଁ ବିଜ୍ଞପ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ OTET ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତମାସ ୧୫ରୁ ୨୬ ତାରିଖ ପର୍ଯ୍ୟନ୍ତ କେବଳ ଅନଲାଇନ୍ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୨୯ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନଲାଇନ୍ରେ ଛାତ୍ରଛାତ୍ରୀ ପେମେଣ୍ଟ କରିପାରିବେ । ପେପର-୧, ପେପର-୨ ପାଇଁ ଅଲଗା ଅଲଗା ଫି’ ରହିଛି । ଅନଲାଇନ୍ରେ ପେମେଣ୍ଟର ଶେଷ ତାରିଖ ଜୁଲାଇ ୨୯ ।
୨୦୧୮ OTET ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ସାନି ଆବେଦନ ମଧ୍ୟ କରିବେ । ସାନି ଆବେଦନ ପାଇଁ ପରୀକ୍ଷାର୍ଥୀଙ୍କୁ ଆଉ କୌଣସି ଫି’ ଦେବାକୁ ପଡ଼ିବନାହିଁ । ଅଗଷ୍ଟ ପ୍ରଥମ ସପ୍ତାହରେ OTET ପରୀକ୍ଷା ହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ଜଣାଇଦିଆଯାଉଛି ଯେ, ଜାନୁଆରୀ ୧୬ରେ ପ୍ରଶ୍ନପତ୍ର ଲିକ୍ ପାଇଁ OTET ପରୀକ୍ଷା ବାତିଲ ହୋଇଥିଲା ।