May 19, 2024

ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ନେଇ ଓଡିଶା ସେବା ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

1 min read
Plastic Free India - Aajira Odisha

ଆଓରି-ନୂଆଦିଲ୍ଲୀ(୨୬/୦୮) : ଓଡିଶା ସେବା ସମିତି ପକ୍ଷରୁ ୱାର୍ଲ୍ଡ ସ୍କୋୟାର ମଲ୍, ମୋହନ ନଗରଠାରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ୭୩ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବର୍ଜନ କରିବା ପ୍ରକ୍ରିୟାକୁ ଦୈନନ୍ଦିନ ଜୀବନରେ ଉପଯୋଗ କରିବା ପାଇଁ ସମସ୍ତଙ୍କୁ ସଚେତନତା କରିବା ନେଇ ଏକ ଅଭିଯାନ ଆରମ୍ଭ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନେକ ବୁଦ୍ଧିଜୀବୀ ତାଙ୍କର ମତ ପ୍ରଦାନ କରିବା ସହିତ କିପରି ପ୍ଲାଷ୍ଟିକର ବ୍ୟବହାର କରାନଯାଇ ଦେଶକୁ ସୁସ୍ଥ ଏବଂ ସୁନ୍ଦର ରଖାଯାଇପାରିବ ସମସ୍ତଙ୍କୁ ଅବଗତ କରାଇଥିଲେ । ଓଡିଶା ସେବା ସମିତି ତରଫରୁ ଏକ  ସାଧାରଣ ଜ୍ଞାନ ପ୍ରତିଯୋଗିତାର ମଧ୍ୟ  ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ କପଡା ନିର୍ମିତ ବ୍ୟାଗ୍ ପ୍ରଦାନ କରାଯିବା ସହିତ ତାହାର କିପରି ସଦୁପଯୋଗ କରାଯିବା ନେଇ ଅବଗତ କରାଯାଇଥିଲା ।

ଏହି ଅବସରରେ ଉଦ୍ୟୋଗପତି ଶ୍ରୀ ସୋନି ଜୈନ(ରାଜନଗର, ଗାଜିଆବାଦ), ଶିକ୍ଷାବିତ୍ ଜେ.କେ ଅଗ୍ରୱାଲ , ଡ଼. ଅଜିତ କୁମାର ଶ୍ରୀବାସ( ରାଜେନ୍ଦ୍ର ନଗର) , ସିଦ୍ଦାତ ଅପ୍ଟିକାଲ(ଶାଲିମାର ଗାର୍ଡେନ) ଆଦି ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟରେ ଅଂଶଗ୍ରହଣ କରିବା ସହିତ ଆର୍ଥିକ ସହାୟତା ରାଶି ମଧ୍ୟ ପ୍ରଦାନ କରିଥିଲେ ।

ଓଡିଶୀ ଗୁରୁ ସୁଦର୍ଶନ ସାହୁଙ୍କ ନେତୃତ୍ଵରେ ତାଙ୍କର ଶିଷ୍ୟ-ଶିଷ୍ୟା ମାନଙ୍କ ଦ୍ଵାରା ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ପ୍ରକ୍ରିୟାକୁ ନେଇ ଏକ ସୁନ୍ଦର ଓଡିଶୀ ନୃତ୍ୟର ପ୍ରଦର୍ଶନ କରିଥିଲେ । ଓଡିଶା ସେବା ସମିତି ପକ୍ଷରୁ ସଭାପତି ଶ୍ରୀ ପି.ସି ସାହୁ, ମୀନକେତନ ମିଶ୍ର, ନାଗେନ୍ଦ୍ର ସାମଲ, ପ୍ରଦୀପ ଦାସ, ପୀତବାସ ସାହୁ, ରାମାକାନ୍ତ ଚନ୍ଦ୍ରଶେଖର ଏବଂ ସମିତିର ଅନ୍ୟ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ଓଡିଶା ସେବା ସମିତି ବିଗତ ୧୫ବର୍ଷ ଧରି ଦିଲ୍ଲୀ, ଗାଜିଆବାଦ, ସାହିବାବାଦ ଏବଂ ଓଡିଶା ସମେତ ବିଭିନ୍ନ ସ୍ଥାନରେ ଏହି ଭଳି ଅନେକ ସେବା କାର୍ଯ୍ୟ କରିଆସୁଛି । ଓଡିଶା ସେବା ସମିତିର ଏହି ପଦକ୍ଷେପକୁ ସବୁ ମହଲରୁ ପ୍ରଶଂସା ମିଳୁଛି |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.