ପାର୍ଲାମେଣ୍ଟ ନିକଟରେ ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ
1 min read
ଆଜିର ଓଡିଶା (ତା୫|୪)- ବିଭିନ୍ନ ସମସ୍ୟା ନେଇ ବିରୋଧୀ ଦଳଙ୍କ ପକ୍ଷରୁ ପାର୍ଲାମେଣ୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍ଗେ, ସିପିଆଇ ନେତା ଡି. ରାଜା, ଏବଂ ସମାଜବାଦୀ ପାର୍ଟି ସଦସ୍ୟା ଜୟା ବଚ୍ଚନ ପ୍ରମୁଖ ସାମିଲ ହୋଇ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ବ୍ୟାଙ୍କ ସ୍କାମ୍, ଚାଷୀ ସମସ୍ୟା, ଅନାସ୍ଥା ପ୍ରସ୍ତାବ, ଏସ୍ସି-ଏସ୍ଟି ସୁରକ୍ଷା ଆକ୍ଟ, ଏୟାର ଇଣ୍ଡଆରୁ ପୁଞ୍ଜି ପ୍ରତ୍ୟାହାର, କାବେରୀ ବିବାଦ, ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଆଦି ସମସ୍ୟା ନେଇ ସ୍ଳୋଗାନ୍ ଦେଇଛନ୍ତି।