ବାଣିଜ୍ୟ

ବଜାରରେ ଓପୋର ୬୦ ହଜାର ଟଙ୍କିଆ ଫୋନ୍‌

ଆଓରି-ନୂଆଦିଲ୍ଲୀ(୧୩/୭) : ଚୀନ୍‌ର ସ୍ମାର୍ଟଫୋନ୍‌ ନିର୍ମାତା ଓପୋ ପକ୍ଷରୁ ଏହାର ପ୍ରମୁଖ ମଡେଲ୍‌ ଫାଇଣ୍ଡ୍‌ ଏକ୍ସକୁ ଭାରତରେ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ହେଉଛି ୫୯,୯୯୦ ଟଙ୍କା। ଏହା ବଜାରରେ ଆଇଫୋନ୍‌ ଏକ୍ସ, ସାମସଙ୍ଗ୍‌ ଗାଲାକ୍ସି ଏସ୍‌୯ ଓ ଗୁଗୁଲ୍‌ ପିକ୍‌ସେଲ୍‌ ଏକ୍ସଏଲ୍‌ ସହିତ ପ୍ରତିଦ୍ୱନ୍ଦିତା କରିବ। ଓପୋର ଫାଇଣ୍ଡ୍‌ ଏକ୍ସକୁ ଗ୍ରାହକମାନେ ଫ୍ଲିପ୍‌କାର୍ଟରୁ କିଣିପାରିବେ। ଜୁଲାଇ ୨୫ ଠାରୁ ଏହା ଉପଲବ୍ଧ ହେବ। ଏହା ଦୁଇ ରଙ୍ଗରେ ଉପଲବ୍ଧ ହେବ। ଏଥିରେ ୬.୪ ଇଞ୍ଚ୍‌ର ଓଏଲ୍‌ଇଡି ଡିସ୍‌ପ୍ଲେ, ୮ ଜିବି ରାମ୍‌, କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍‌ ୮୪୫ ପ୍ରୋସେସର୍‌, ଆଣ୍ଡ୍ରଏଡ୍‌ ଓରିଓ ଅପରେଟିଂ ସିଷ୍ଟମ୍‌ ଓ ୩୭୩୦ ଏମ୍‌ଏଏଚ୍‌ ବ୍ୟାଟେରି ରହିଛି। ୩୫ ମିନିଟ୍‌ ଭିତରେ ଏହି ଫୋନ୍‌ ଶୂନରୁ ଫୁଲ୍‌ ଚାର୍ଜ ହୋଇଯିବ। ଏହାର ପଛ ପାଖରେ ୧୬ ଏମ୍‌ପି ଓ ୨୦ ଏମ୍‌ପିର ଡୁଆଲ୍‌ କ୍ୟାମେରା ରହିଛି। ସାମ୍ନାରେ ୨୫ ଏମ୍‌ପିର ସେଲ୍‌ଫି କ୍ୟାମେରା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button