ଜାତୀୟ

ଅନ୍ୟ କେହି ନୁହେଁ ବରଂ ଚାଷୀ ହିଁ ଦେଶର ବିକାଶ କରିପାରିବ ; ନରେନ୍ଦ୍ର ମୋଦୀ

ଆଓରି-ନୂଆଦିଲ୍ଲୀ(୨୬/୧୦) : କୃଷି କ୍ଷେତ୍ର ପାଇଁ ନୂତନ ଯନ୍ତ୍ରପାତି ଉଦ୍‌ଭାବନ ହୋଇଛି। ଅତ୍ୟାଧୁନିକ ମେସିନ ଯୋଗୁଁ କୃଷି କାର୍ଯ୍ୟର ଶୈଳୀ ବଦଳିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କହିଛନ୍ତି। ମୋଦି କହିଛନ୍ତି ଚାଷୀମାନଙ୍କ କେହି ବିକାଶ କରି ପାରିବେ ନାହିଁ, ବରଂ ଚାଷୀ ହିଁ ଦେଶର ବିକାଶ କରିପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, କ୍ଷେତରେ କୌଣସି ଜିନିଷ ବେକାର ନୁହେଁ। ଅଳିଆକୁ କାଞ୍ଚନ କରାଯାଇ ପାରିବ। ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନ୍‌ଫରେନସିଂ ମାଧ୍ୟମରେ ଲକ୍ଷ୍ନୌରେ ଆୟୋଜିତ କୃଷି କୁମ୍ଭକୁ ସମ୍ବୋଧିତ କରିବା ଅବସରରେ ଅତ୍ୟାଧୁନିକ ପଦ୍ଧିତିରେ ଚାଷ କାମ କରିବାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ କରିଛନ୍ତି। ସେ କହିଛନ୍ତି, ତାଙ୍କ ସରକାର ୨୦୨୨ ପର୍ଯ୍ୟନ୍ତ ଚାଷୀଙ୍କ ଆୟକୁ ଦୁଇ ଗୁଣ କରିବା ଏବଂ ଚାଷୀର ଉନ୍ନତି ପାଇଁ କାମ କରିବାକୁ ଅଗ୍ରସର ହେଉଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମେ ବିଦ୍ୟୁତ୍‌ ଏବଂ ଡିଜେଲରେ ପରିଚାଳିତ ପମ୍ପକୁ ଆଗାମୀ ଦିନରେ ସୋଲାର ମାଧ୍ୟମରେ ଚଳାଇବା ଦିଗରେ କାମ କରିବା। ବିଦ୍ୟୁତ ଏବଂ ଡିଜେଲ ପମ୍ପ ସ୍ଥାନରେ ସୋଲାର ପମ୍ପ ଚଳାଇବାକୁ ବ୍ୟାପକ ଅଭିଯାନ ଚାଲିଛି। ଏହାରି ବଳରେ ଆଗାମୀ ୪ ବର୍ଷ ମଧ୍ୟରେ ୨୮ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ଦିଆଯିବ। ଏହା ଦ୍ୱାରା ଚାଷୀଙ୍କୁ ବିଦ୍ୟୁତ ଚିନ୍ତା କରିବାକୁ ପଡ଼ିବ ନାହିଁ। ସୋଲାରରୁ ଅଧିକ ଶକ୍ତି ଉତ୍ପାଦନ କଲେ ସେମାନେ ବିଦ୍ୟୁତ ବିତରଣ କମ୍ପାନୀକୁ ବିକି ପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button