ରାଜ୍ୟ

ଶ୍ରୀମନ୍ଦିର ଭିତରେ ଖସିଲା ଚୂନ ଖଣ୍ଡ: ମହିଳା ଭକ୍ତ ଆହତ

ଆ.ଓ.ରି(ତା୧୮|୫)-ଶ୍ରୀମନ୍ଦିର ଭିତରେ ଖସିଲା ଚୂନ ଖଣ୍ଡ। ମନ୍ଦିର ଭିତରେ ଥିବା ଗରୁଡ଼ ଖମ୍ବ ଉପର ଅଂଶରୁ ଶୁକ୍ରବାର ଏକ ଚୂନ ପଥର ଖଣ୍ଡ ଖସି ଜଣେ ମହିଳା ଭକ୍ତ ଆହତ ହୋଇଛନ୍ତି। ତାଙ୍କ ନାଁ ବାସନ୍ତୀ ରାଉତ, ଘର ବାଙ୍କୀ ଡମପଡ଼ାରେ।ସୂଚନା ଅନୁସାରେ ମହିଳା ଜଣଙ୍କ ଶ୍ରୀଜୀଉଙ୍କୁ ଦର୍ଶନ ସାରି ନାଟ ମଣ୍ଡପ ଦେଇ ଫେରୁଥିବା ବେଳେ ହଠାତ ଏକ ଚୂନ ପଥର ଖଣ୍ଡ ତାଙ୍କ ମୁଣ୍ଡରେ ପଡ଼ିଥିଲା। ଘଟଣା ପରେ ତୁରନ୍ତ ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି। ଏହି ଘଟଣା ପରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button