May 19, 2024

କାଳିଆ ଯୋଜନାରେ ବଡ ଘୋଟାଲା ; ଜଣଙ୍କ ଆକାଉଣ୍ଟକୁ ଏକାଧିକ ବାର ଟଙ୍କା ପ୍ରଦାନ

1 min read

ଆଓରି-ଭୁବନେଶ୍ଵର(୨୭/୦୨) : ରାଜ୍ୟ ସରକାର କାଳିଆ ଯୋଜନା ମାଧ୍ୟମରେ ଚାଷୀଙ୍କ ଉପକାର କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି । ଏମିତି କି ଚାଷୀଙ୍କ ଦୁଃଖ ବୁଝିବା ପଛ କଥା, ହେଲେ ସରକାର ଏହି ଯୋଜନା ନାଁରେ ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଏହି ଚାଲ ଏବେ ଫ୍ଲପ୍‌ ହେବାକୁ ବସିଲାଣି । କାଳିଆ ଯୋଜନା ଆରମ୍ଭରୁ ହିଁ ବିବାଦ ଘେରରେ ରହିଛି । ଏବେ ସେହି କାଳିଆ ଯୋଜନାରେ ଦେଖାଦେଇଛି ଆଉ ଏକ ବଡ଼ ଘୋଟାଲା ।

ଗୋଟିଏ ପଟେ ପ୍ରକୃତ ଚାଷୀଙ୍କ ନା ହିତାଧୀକାରୀ ତାଲିକାରେ ରହିନଥିବା ବେଳେ ସେଠାରେ ନେତା ମନ୍ତ୍ରୀଙ୍କ ନାଁ ରହିଥିବା ଦେଖାଯାଇଥିଲା । ଏବେ ନୂଆ ଘଟଣାଟି ହେଉଛି ଯେ, ଜଣେ ହିତାଧୀକାରୀଙ୍କ ନାଁ ଗୋଟିଏ ଲିଷ୍ଟରେ ବାରମ୍ବାର ରହିଥିବା ସହ ତାଙ୍କ ବ୍ୟାଙ୍କ ଖାତାକୁ ମଧ୍ୟ ବାରମ୍ବାର ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ ସରକାର ସବୁ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ପ୍ରଥମ କିସ୍ତିରେ ୫୦୦୦ ଟଙ୍କା ଲେଖାଏଁ ପଠାଇଛନ୍ତି ବୋଲି ଡେଙ୍ଗୁରା ପିଟୁଥିଲେ ମଧ୍ୟ ଅଜି ଯାଏ ସବୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପହଞ୍ଚିନାହିଁ । ଗୋଟିଏ ଅଞ୍ଚଳର କିଛି ଚାଷୀଙ୍କୁ ଏହି ଟଙ୍କା ପହଞ୍ଚିଥିବା ବେଳେ ଆଉ କିଛି ଚାଷୀଙ୍କୁ ପହଞ୍ଚିନଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ଟଙ୍କା ପାଇନଥିବା ଚାଷୀମାନେ ଏବେ ରାଜ୍ୟ ସରକାରଙ୍କୁ ମିଛୁଆ ସରକାର ବୋଲି କହିଛନ୍ତି । ଅନ୍ୟ କେବଳ ଦଳୀୟ କର୍ମୀଙ୍କୁ ଚାଷୀର ରୂପ ଦେଇ ତାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଉଥିବା ମଧ୍ୟ ଏବେ ଚର୍ଚ୍ଚା ହେଲାଣି ।

ତେବେ ସବୁଠାରୁ ବଡ଼ ଆଲୋଚନାର ବିଷୟ ହେଲା, ଖୋର୍ଦ୍ଧା ଜିଲ୍ଲା ମଙ୍ଗଳାଯୋଡି ଗ୍ରାମପଞ୍ଚାୟତର ରାଉଳ ସାହିର ମିନା ସ୍ୱାଇଁଙ୍କ ନାଁ କାଳିଆ ହିତାଧିକାରୀ ତାଲିକାରେ ଭିନ୍ନ ଭିନ୍ନ ସିରିଏଲ ନମ୍ବରରେ ୨୨ ଥର ରହିଛି । ଖାଲି ସେତିକି ନୁହେଁ ବାରମ୍ବାର ମଧ୍ୟ ତାଙ୍କ ବ୍ୟଙ୍କ ଖାତାକୁ ଟଙ୍କା ଦିଆଯାଇଛି ।

ଏ ସଂପର୍କରେ ମଗଂଳାଯୋଡି ସରପଞ୍ଚ ପ୍ରତିନିଧିଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ଏହା ସହ ଏହି ଭୁଲ୍‌ ପାଇଁ ସେ ଅନ୍ୟକୁ ଦୋଷ ଲଦିଛନ୍ତି । ଟାଗିଂ ବ୍ଲକ ଅଧ୍ୟକ୍ଷଙ୍କୁ ଏ ସଂପର୍କରେ ପଚାରିବାରୁ ଆମ ପାଖରେ ଏଭଳି ଖବର ନାହିଁ ଯଦି ଏଭଳି ଜଣେ ଲୋକପାଖକୁ ଟଙ୍କା ଯାଇଥାଏ ତେବେ ସେହି ଆକାଉଣ୍ଟ ସିଜ୍‌ କରାଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.