March 28, 2023

ମହାନଦୀ ଜଳ ବିବାଦ ପ୍ରସଙ୍ଗ: ରମଣ ସିଂହଙ୍କ ମନ୍ତବ୍ୟକୁ ଧର୍ମେନ୍ଦ୍ରଙ୍କ ନିନ୍ଦା

1 min read

ଆ.ଓ.ରି(ତା୧|୬)-ମହାନଦୀ ଜଳ ପ୍ରସଙ୍ଗରେ ରମଣ ସିଂହଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହାନଦୀର ପାଣି ନେବା ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ନିନ୍ଦନୀୟ ବୋଲି ସେ କହିଛନ୍ତି। ଏଥିସହିତ ଛତିଶଗଡ଼ ଭୁଲ୍ କରିଛି, ହେଲେ ରାଜ୍ୟ ସରକାର ୧୮ ବର୍ଷ ମଧ୍ୟରେ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର।

ନଈର ବାଲ୍‌ଟିଏ ପାଣି ବି ଅଟକାଇବାକୁ କିଛି ବ୍ୟବସ୍ଥା ହୋଇ ନ ଥିବା କହି ସେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ସହ ସାଲିସ କରାଯିବ ନାହିଁ ବୋଲି ସେ ଦୃଢ଼ଭାବେ କହିଛନ୍ତି। ସେତେବେଳେ ଟ୍ରିବ୍ୟୁନାଲ କଥା କହିଥିଲୁ, ଏବେ ବି ସମାନ କଥା କହୁଛୁ ବୋଲି ବୋଲି ଧର୍ମେନ୍ଦ୍ର ଦୋହରାଇଛନ୍ତି। ଆନ୍ତଃରାଜ୍ୟ ନଦୀଜଳ ବିବାଦ ଆଲୋଚନାରେ ସମାଧାନ ହେଉ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଆନ୍ୟପଟେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ‘ହନୁ ମଲାବେଳେ ସତ କହେ।’ ଏଥିରେ ରାଜ୍ୟ କଂଗ୍ରେସ ମଧ୍ୟ ତା’ର ପ୍ରତିକ୍ରିୟା ରଖିଛି। ମୋଦି-ଧର୍ମେନ୍ଦ୍ର ଓ ରମଣ ସିଂଙ୍କ ମଧ୍ୟରେ ମହାନଦୀକୁ ନେଇ କିଛି ସ୍ପଷ୍ଟତା ନାହିଁ ବୋଲି କଂଗ୍ରେସ କହିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.