ରାଜ୍ୟ

ଇଦ୍‌-ଉଲ୍‌-ଜୁହାରେ ଗୋ-ହତ୍ୟା ନ ହେବା ପାଇଁ ଆଇନ୍‌ ବ୍ୟବସ୍ଥା କଡ଼ାକଡ଼ି ହେଉ ; ଯୋଗୀ ଆଦିତ୍ୟନାଥ

ଆଓରି-ନୂଆଦିଲ୍ଲୀ(୧୯/୮) : ଇଦ୍‌-ଉଲ୍‌-ଜୁହା(ବକରୀ ଇଦ୍‌)ରେ ଯେମିତି ଗୋ-ହତ୍ୟା ନହୁଏ ସେଥିପାଇଁ ସତର୍କ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ହୋଇଛି। ଏହି ନିର୍ଦ୍ଦେଶ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ତରଫରୁ ହୋଇଥିବା ଜଣାପଡ଼ିଛି। ଯୋଗୀ ଅଧିକାରୀମାନଙ୍କୁ କହିଛନ୍ତି ଯେ, ପଶୁ ତଥା ଗୋରୁମାନଙ୍କ ହତ୍ୟା ନ ହେବା ପାଇଁ ଆଇନ୍‌ ବ୍ୟବସ୍ଥା କଡ଼ାକଡ଼ି ହେଉ। ଏକ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ସୁରକ୍ଷା ପର୍ଯ୍ୟାପ୍ତ କରାଯାଉ। ପର୍ବପର୍ବାଣୀ ସମୟରେ ଶାନ୍ତି ପ୍ରତିଷ୍ଠା ପାଇଁ କାମ କରାଯାଉ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଅସାମାଜିକ ଗତିବିଧି ଉପରେ କଡ଼ା ନଜର ରଖାଯାଉ ବୋଲି ଯୋଗୀ ଆଦେଶ ଦେଇଛନ୍ତି। ଯୋଗୀ ସ୍ପଷ୍ଟ ଭାବରେ କହିଛନ୍ତି ପରଂପରା ବିରୋଧୀ କାର୍ଯ୍ୟ ନ ହେଉ।

ମୁଖ୍ୟମନ୍ତ୍ରୀ ଯୋଗୀ ଏହା ମଧ୍ୟ କହିଛନ୍ତି, ବର୍ତ୍ତମାନ ଶ୍ରାବଣ ଚାଲିଛି। ବୋଲବମ୍‌ ଭକ୍ତମାନେ ମନ୍ଦିରକୁ ଜଳାଭିଷେକ କରିବାକୁ ଯାଉଛନ୍ତି। ଇଦ୍‌-ଉଲ୍‌-ଜୁହାକୁ ଦୃଷ୍ଟିରେ ରଖି କାମ କରାଯାଉ, ଯାହାଦ୍ୱାରାକି କୌଣସି ଅପ୍ରୀତିକର ଘଟଣା ନଘଟୁ। ସମ୍ବେଦନଶୀଳ ସ୍ଥାନରେ ପୂର୍ବରୁ ପ୍ରସ୍ତୁତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ସତର୍କ ରହିବାକୁ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button