April 20, 2024

ବଢିବ ଓମଫେଡ ଦୁଗ୍‌ଧର ମୂଲ୍ୟ

1 min read

ଖୁବ୍ ଶୀଘ୍ର ବଢିବାକୁ ଯାଉଛି ଓମଫେଡ ଦୁଗ୍‌ଧର ମୂଲ୍ୟ । ଆଜି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ବୈଠକରୁ କିଛି ଏପରି ଆଭାସ୍‌ ମିଳିଛି । ପ୍ରାଣୀ ସମ୍ପଦ ବିଭାଗ ଆନୁକୁଲ୍ୟରେ ବସିଥିବା “ଗୋ ସମ୍ପଦର ବିକାଶରେ ଉଦ୍ୟୋଗୀମନାଙ୍କ ଭୂମିକା” କର୍ମଶାଳାରେ ଏହି ପ୍ରସ୍ତାବ ଦିଆଯାଇଛି । ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଅରୁଣ ସାହୁ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ତେବେ ଏହି ବୈଠକ ପରେ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଚାଷୀ ଓ ଖାଉଟିଙ୍କ ଲାଭକୁ ଦେଖି ଖୁବଶୀଘ୍ର ଓମଫେଡ୍‌ର ଧାର୍ଯ୍ୟ ଦର ବୃଦ୍ଧି କରିବାକୁ ବିଚାର ବିମର୍ଷ ଚାଲିଛି । ସେପଟେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ପିଲାଙ୍କ ମଧ୍ୟାହ୍ନ ଭୋଜନରେ ଦୁଗ୍‌ଧକୁ ସାମିଲ କରିବା ଲାଗି ମଧ୍ୟ ପ୍ରସ୍ତାବ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.