March 28, 2023

ସପ୍ତଦଶ ଲୋକସଭାର ନୂଆ ବାଚସ୍ପତି ହେବେ ଓମ୍‌ ବିର୍ଲା

1 min read

ଆଓରି-ନୂଆଦିଲ୍ଲୀ(୧୮/୦୬) : ସପ୍ତଦଶ ଲୋକସଭାର ନୂଆ ବାଚସ୍ପତି ହେବେ ବିଜେପି ସାସଂଦ ଓମ୍‌ ବିର୍ଲା। ସେ ରାଜସ୍ଥାନର କୋର୍ଟ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କୁ ବାଚସ୍ପତି କରାଯିବା ନେଇ ବିଜେପି ନେତୃବୃନ୍ଦମାନେ ନିଷ୍ପତ୍ତି ନେବା ପରେ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ସେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଆଶା କରାଯାଉଛି। ଓମ ବିର୍ଲା କୋଟାରୁ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବାବେଳେ ଦକ୍ଷିଣ କୋଟା ବିଧାନସଭା ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ସେ କଂଗ୍ରେସ ରାମନାରାଏନ ମୀନାଙ୍କୁ ୨ଲକ୍ଷ ୭୯ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ତେବେ ଲୋକସଭା ବାଚସ୍ପତି ଆସନ ପାଇଁ ପି.ପି. ଚୌଧୁରୀ ଏବଂ ଏସ.  ଏସ. ଆହ୍ଲୁୱାଲିଆଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ବିଜେପି ନେତୃତ୍ଵ ଓମ୍‌ ବିର୍ଲାଙ୍କ ନାମ ଚୂଡ଼ାନ୍ତ କରିଛନ୍ତି। ବର୍ତ୍ତମାନ ଟିକମଗଡ଼ ସାଂସଦ ବିରେନ୍ଦ୍ର କୁମାର ଲୋକସଭାର କାମଚଳା ବାଚସ୍ପତି ଭାବେ ଦାୟିତ୍ଵରେ ରହିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.