ବିଶ୍ଵର ସବୁଠାରୁ ବେଶୀ ବୟସ୍କ ମହିଳାଙ୍କ ପରଲୋକ
1 min read
ଆଓରି(ତା୨୨|୪)- ବିଶ୍ୱର ସବୁଠାରୁ ବୟସ୍କ ମହିଳା ନବି ତାଜିମାଙ୍କ ୧୧୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। କିକାଇ ଆଇସ୍ଲ୍ୟାଣ୍ଡର ଏକ ଡାକ୍ତରଖାନାରେ ଆଜି ସକାଳେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ୨୦୧୭ ସେପ୍ଟେମ୍ବରରେ ୧୧୭ ବର୍ଷ ବୟସରେ ଜାମାଇକାର ଭାଓଲେଟ୍ ବ୍ରାଉନ୍ଙ୍କ ମୃତ୍ୟୁ ପରେ ତାଜିମାଙ୍କୁ ବିଶ୍ୱର ସବୁଠାରୁ ବୟସ୍କ ମହିଳା ଭାବେ ମାନ୍ୟତା ମିଳିଥିଲା। ଏବେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ଜାପାନର ୧୧୨ ବର୍ଷ ବୟସ୍କ ମାସାଜୋ ନୋନାକୋଙ୍କୁ ଗିନିଜ୍ ବୁକ୍ ପକ୍ଷରୁ ମାନ୍ୟତା ମିଳିଛି। ଜାପାନରେ ୧୦୦ରୁ ଅଧିକ ବର୍ଷ ବଞ୍ଚିଥିବା ୬୮ ହଜାର ଲୋକ ରହିଛନ୍ତି।