ରାଜ୍ୟ

ଆଗାମୀ ମେ ୧୨ରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା

ଆଓରି-ଭୁବନେଶ୍ଵର(୧/୧୧) : ୨୦୧୯-୨୦ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଆଗାମୀ ମେ ୧୨ରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଏ ନେଇ ବୁଧବାର ପଲିସି ପ୍ଲାନିଂ ବୋର୍ଡ ବୈଠକରେ ପ୍ରସ୍ତାବ ଦିଆଯାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି।
ଚଳିତ ବର୍ଷ ଇଞ୍ଜିନିୟରିଂ ପାଠ୍ୟକ୍ରମ ନାମଲେଖାର ସବିଶେଷ ବିବରଣୀ ସହିତ ଆସନ୍ତା ବର୍ଷ କିପରି ପ୍ରବେଶିକା ପରୀକ୍ଷା ପରିଚାଳନା କରାଯିବ ସେନେଇ ନେଇ ବୁଧବାର ପଲିସି ପ୍ଲାନିଂ ବୋର୍ଡ ବୈଠକ ସଚିବାଳୟର ଦକ୍ଷତା ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ବସିଥିଲା। ବୈଠକରେ ୨୦୧୮ ବର୍ଷରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ନାମଲେଖା ସମ୍ପର୍କରେ ଓଜେଇଇ ପକ୍ଷରୁ ରିପୋର୍ଟ ରଖାଯାଇଥିଲା। ସେହିପରି ଆସନ୍ତା ବର୍ଷ ପାଇଁ କେତେକ ନୂଆ ପ୍ରସ୍ତାବ ଓଜେଇଇ ପକ୍ଷରୁ ବିଭାଗକୁ  ଦିଆଯାଇଥିବା ଅଧ୍ୟକ୍ଷ ଚାନ୍ଦ କହିଛନ୍ତି। ସେ କହିଛନ୍ତି ଯେ,  ୨୦୧୯ରେ ଅନୁଷ୍ଠିତ ହେବାକୁ ଥିବା ଓଜେଇଇକୁ ମେ ଦ୍ୱିତୀୟ ସପ୍ତାହ ରବିବାରରେ କରାଯିବା ପାଇଁ ବିଭାଗକୁ ପ୍ରସ୍ତାବ ଦିଆଯାଇଛି।  ସ୍ଵତନ୍ତ୍ର ଓଜେଇଇକୁ ମଧ୍ୟ ଜୁଲାଇ ୧୯ରେ କରାଯିବାର ପ୍ରସ୍ତାବ  ରହିଛି। ଏଥିସହିତ ବୈଷୟିକ ଶିକ୍ଷାକ୍ଷେତ୍ରରେ ଥିବା ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ଯଥା ଏମ୍‌.ଟେକ୍‌, ଏମ୍‌.ଫାର୍ମା, ଏମ୍‌ସିଏ ଏବଂ ଏମ୍‌ବିଏ ପାଠ୍ୟକ୍ରମଗୁଡିକର ପ୍ରବେଶିକା ପରୀକ୍ଷାକୁ ଅନଲାଇନ୍‌ରେ କରିବାକୁ ବିଭାଗ ପ୍ରସ୍ତାବ  ଦେଇଛି।  ପୂର୍ବରୁ ଏହି ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଓଜେଇଇ ଅଫ୍‌ଲାଇନ୍‌ ପରୀକ୍ଷା କରୁଥିଲା। ବିଭାଗ ପକ୍ଷରୁ ପ୍ରସ୍ତାବ ଉପରେ ବିଚାର କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ଚାନ୍ଦ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button