ଆଜି ଓଜେଇଇ ଅନ୍ଲାଇନ୍ ପ୍ରବେଶିକା
1 min read
ଆଓରି-ଭୁବନେଶ୍ୱର(୦୮/୦୬): ଆଜି ଓଜେଇଇ ଅନଲାଇନ୍ ପ୍ରବେଶିକା ପରୀକ୍ଷା । ଏମ୍ବିଏ, ଏମ୍ସିଏ, ଏମ୍.ଟେକ୍, ଏମ୍.ଆର୍କ, ଏମ୍.ପ୍ଲାନ୍, ଏମ୍.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍ସିଏ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଓଜେଇଇ ପକ୍ଷରୁ ଶନିବାର ଓ ରବିବାର ଦୁଇଦିନ ଧରି କମ୍ପ୍ୟୁଟର ବେସ୍ଡ ଟେଷ୍ଟ ବା ସିବିଟି ଅନୁଷ୍ଠିତ ହେବ ।
ଏମ୍ସିଏ, ଏମ୍.ଆର୍କ, ଏମ୍.ପ୍ଲାନ୍, ଏମ୍.ଫାର୍ମା, ଏମ୍ ଟେକ୍ ଓ ଲାଟେରାଲ ଏଣ୍ଟ୍ରି ଏମ୍ସିଏ ପାଠ୍ୟକ୍ରମ ଲାଗି ଜୁନ୍ 8ରେ 3ଟି ସିଫ୍ଟରେ ପରୀକ୍ଷା ହେବ । ସକାଳ 9ଟାରୁ ପୂର୍ବାହ୍ନ 11ଟା ଯାଏ ପ୍ରଥମ ସିଫ୍ଟରେ 2641 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ଅପରାହ୍ନ 1ଟାରୁ 3ଟା ଯାଏଁ ଦ୍ୱିତୀୟ ସିଟିଂରେ 2543 ଓ ଅପରାହ୍ନ 4ଟା 30ରୁ 6ଟା 30 ଯାଏଁ ହେବାକୁ ଥିବା ତୃତୀୟ ସିଫ୍ଟରେ 2816ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।
ସେହିପରି ମେ’ 9ରେ ଏମ୍ବିଏ ପାଠ୍ୟକ୍ରମ ଲାଗି ପରୀକ୍ଷା ହେବ । ଦୁଇଟି ସିଫ୍ଟରେ ଏହି ପରୀକ୍ଷା କରାଯିବ । ପୂର୍ବାହ୍ନ 10ଟାରୁ 12ଟା ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଥମ ସିଟିଂରେ 3421 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଅପରାହ୍ନ 3ଟାରୁ 5ଟା ଯାଏ ହେବାକୁ ଥିବା ଦ୍ୱିତୀୟ ସିଟିଂ ପରୀକ୍ଷାରେ 5934ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ । ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ହେବାକୁ ଥିବା ଏହି ପରୀକ୍ଷାରେ ମୋଟ 17 ହଜାର 355 ଜଣ ଛାତ୍ରଛାତ୍ରୀ ଭାଗ ନେବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯେ, ଏହି ପ୍ରବେଶିକା ପରୀକ୍ଷା ମେ’ 13ରେ ଅନୁଷ୍ଠିତ ହେବାର ଥିଲା । ତେବେ ବାତ୍ୟା ‘ଫନି’ ଯୋଗୁ ତାହାକୁ ବାତିଲ୍ କରାଯାଇଥିଲା।