ଆନ୍ତର୍ଜାତୀୟ

୧୧ ଦିନ ଧରି ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର

ଆ.ଓ.ରି(ତା୨୪|୫)-ଲଗାତର ୧୧ ଦିନ ପାଇଁ ବଢ଼ିଛି ତୈଳ ଦର। ମୁମ୍ବାଇରେ ଦେଶର ସବୁଠୁ ମହଙ୍ଗା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହେଉଛି।

ଆଜି ମୁମ୍ବାଇରେ ବର୍ଦ୍ଧିତ ପେଟ୍ରୋଲ ଦର ୮୫ଟଙ୍କା ୨୯ ପଇସା ହୋଇଥିବାବେଳେ ଦିଲ୍ଲୀରେ ୭୭ଟଙ୍କା ୪୭ ପଇସା। ସେହିପରି ଡିଜେଲ ଦର ମୁମ୍ବାଇରେ ୭୨ଟଙ୍କା ୯୬ ପଇସା ହୋଇଥିବାବେଳେ ଦିଲ୍ଲୀରେ ୬୮ଟଙ୍କା ୫୩ ପଇସା।

୧୧ ଦିନ ଧରି ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଲଗାତର ୧୧ ଦିନ ପାଇଁ ବଢ଼ିଛି ତୈଳ ଦର। ମୁମ୍ବାଇରେ ଦେଶର ସବୁଠୁ ମହଙ୍ଗା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହେଉଛି।

ଆଜି ମୁମ୍ବାଇରେ ବର୍ଦ୍ଧିତ ପେଟ୍ରୋଲ ଦର ୮୫ଟଙ୍କା ୨୯ ପଇସା ହୋଇଥିବାବେଳେ ଦିଲ୍ଲୀରେ ୭୭ଟଙ୍କା ୪୭ ପଇସା। ସେହିପରି ଡିଜେଲ ଦର ମୁମ୍ବାଇରେ ୭୨ଟଙ୍କା ୯୬ ପଇସା ହୋଇଥିବାବେଳେ ଦିଲ୍ଲୀରେ ୬୮ଟଙ୍କା ୫୩ ପଇସା।

ବଢ଼ୁଥିବା ତୈଳ ଦରକୁ ନେଇ ଗ୍ରାହକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କ୍ରମାଗତ ତୈଳ ଦର ବଢୁଥିବାରୁ ଏହାର ପ୍ରଭାବ ବିଭିନ୍ନ ସାମଗ୍ରୀ ଉପରେ ପଡ଼ିଛି। ତୈଳ ଦର କମାଇବା ପାଇଁ ବିରୋଧୀମାନେ ସରକାରଙ୍କ ଉପରେ ଚାପ ପକାଉଛନ୍ତି।

ସେପଟେ ତୈଳ ଦର ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଭିନ୍ନ କାରଣ ପାଇଁ ତୈଳ ଦର ବୃଦ୍ଧି ପାଉଛି  ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା, ଡଲାର-ଟଙ୍କାର ଅସନ୍ତୁଳନ ଇତ୍ୟାଦି ଯୋଗୁଁ ତୈଳ ଦର ବୃଦ୍ଧି ପାଉଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ତେବେ ଏନେଇ କେନ୍ଦ୍ର ବିଚାରବିମର୍ଷ କରୁଛି, ସମାଧାନର ରାସ୍ତା ବାହାର କରିବୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

Related Articles

Leave a Reply

Your email address will not be published. Required fields are marked *

Back to top button