ଦେଶ ପାଇଁ ଓଡ଼ିଆ ଝିଅ ଗୀତାଞଳୀ ଆଦର୍ଶ
1 min read
ଆ.ଓ.ରି(ତା୩୦|୫)-ଢେ଼ଙ୍କାନାଳ ଜିଲ୍ଲା କପିଳାସ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ଗୀତାଞ୍ଜଳୀ ମାଣ୍ଡ୍ରୀ ନୂଆଦିଲ୍ଲୀରେ ଆୟୋଜିତ ‘ନାଇନ ମୂତ୍ତମେଣ୍ଟସ୍ ମେଷ୍ଟ୍ରୁଆଲ୍ ଆଓ୍ଵାରନେସ୍ କନକ୍ଲେଭ୍’ ରେ ଭାଗ ନେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏହି କନକ୍ଲେଭର ଏକ ପ୍ୟାନେଲ ଆଲୋଚନାରେ ଦଶମ ଶ୍ରେଣୀରେ ପଢ଼ୁଥିବା ଗୀତାଞ୍ଜଳୀ ମାସିକ ଧର୍ମ ବା ଋତୁସ୍ରାବ ସମୟରେ ବିଦ୍ୟାଳୟରେ ଅନୁପସ୍ଥିତି ବିଷୟରେ ଆଲୋଚନା କରିଥିଲେ। ତାଙ୍କୁ ନାଇନ ଫାଉଣ୍ଡେସନ ପକ୍ଷରୁ ପୁରଷ୍କାର ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ୧୫ ବର୍ଷ ବୟସର ଏହି ଛାତ୍ରୀଙ୍କର ଭାବବିନିମୟ ସମଗ୍ର ବିଶ୍ଵ ପାଇଁ ଏକ ମାର୍ଗଦର୍ଶକ ହୋଇଛି।