ପ୍ରବାସୀ ଓଡିଆ
ବିରାଟ ଓଡିଆ ସମାବେଶ ଅନୁଷ୍ଠିତ ହେଲା ବାଙ୍ଗାଲୋର ରେ
![](http://www.aajiraodisha.org/wp-content/uploads/2018/04/bangalore.png)
ଆଓରି(ତା୨୫|୪)-ବାଙ୍ଗାଲୋର ଠାରେ ଏକ ବିରାଟ ଓଡିଆ ସମାବେଶ ଅନୁଷ୍ଠିତ ହୋଇଯାଇଛି କର୍ଣାଟକ ବିଜେପି ପକ୍ଷରୁ | ୨୨ ତାରିଖରେ ଅନୁଷ୍ଠିତ ଏହି ସମାବେଶ ରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ | ଜାତୀୟ କାର୍ଯ୍ୟକାରୀ ସଦସ୍ୟ ଏବଂ କର୍ଣାଟକ ବିଜେପି ସଦସ୍ୟ ତଥା ନିର୍ବାଚନର ପର୍ଜ୍ୟବେକ୍ଷକ ରାଜେଶ କୁମାର ଦାସ ଙ୍କ ଦ୍ଵାରା ଏହି ସମାବେଶ ଆୟୋଜିତ ହୋଇଥିଲା | ଏହି ଅବସରରେ କର୍ଣାଟକ ବିଜେପି ଓଡିଆ ସେଲର କର୍ମକର୍ତାଙ୍କ ନାମକୁ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ | ଘୋଷିତ ନୂଆ ଟିମ ରେ ଜୋତିରଞ୍ଜନ ନାୟକ ସଭାପତି ହୋଇଛନ୍ତି |