ପ୍ରବାସୀ ଓଡିଆ

ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବ ଓଡିଶା ପର୍ବ (୯-୧୧ ମାର୍ଚ୍ଚ)

ନୂଆଦିଲ୍ଲୀ(ଦିରି)୬-୩: ଇଣ୍ଡିଆ ଗେଟ ପ୍ରାଙ୍ଗଣରେ ଓଡିଶା ପର୍ବର ଦ୍ଵିତୀୟ ସଂସ୍କରଣ ମାର୍ଚ୍ଚ ୯-୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି | ଓଡିଶାର ଭାଷା, କଳା, ସଂସ୍କୃତି,ସ୍ଥାପତ୍ୟ ,ଖାଦ୍ୟ, ଇତ୍ୟାଦି ଦେଶ ଓ ବିଦେଶରେ ପହଞ୍ଚାଇବ ଲକ୍ଷ୍ୟରେ “ଓଡିଆ ସମାଜ” ଏହିପରି ଏକ ବିଶାଳ ଓ ଭବ୍ୟ କାର୍ଯ୍ୟକର୍ମ ଆୟୋଜନ କରୁଛି|

ଆଜି ଦିଲ୍ଲୀର ପ୍ରେସ କ୍ଲବ ଓଫ ଇଣ୍ଡିଆଠାରେ ସାମ୍ବାଦିକ ସମ୍ମିଳନୀରେ ଓଡିଆ ସମାଜର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ସୂଚନା ଦେଇଥିଲେ ଯେ ୩ଦିନ ବ୍ୟାପୀ ଏହି ପର୍ବକୁ ପ୍ରଧାନ ନ୍ୟାୟାଧୀଶ ଶ୍ରୀ ଦୀପକ ମିଶ୍ର ଉଦଘାଟନ କରିବେ | ଦ୍ଵିତୀୟ ଦିନ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଏବଂ ସମାପନ ସମାରୋହ ୧୧ମାର୍ଚ୍ଚକୁ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଶ୍ରୀ ରଜନାଥ ସିଂହ ମୁଖ୍ୟ ଅତିଥି ହେବେ |

ଏହି ପର୍ବ ସଂପୂର୍ଣ୍ଣ ସଂସ୍କୃତିକ ଓ ସାମାଜିକ କାର୍ଯ୍ୟକର୍ମ ଏବଂ ଏହି ସଂସ୍କରଣରେ ମୁଖ୍ଯତଃ ସ୍ଵତନ୍ତ୍ରତା ଆନ୍ଦୋଳନରେ ଥିବା ଓଡିଆ ପାଇକମାନଙ୍କର ଯୋଗଦାନ ଉପରେ ଆଧାରିତ ହେବ| ଓଡିଶାର ପାଇକ ବିଦ୍ରୋହ, ପ୍ରଥମ ସ୍ଵତନ୍ତ୍ରତା ଆନ୍ଦୋଳନ ଏବେ ଏହା୨୦୦ ବର୍ଷ ପୂର୍ତ୍ତୀ ହେଉଛି ବୋଲି ଶ୍ରୀ ପ୍ରଧାନ କହିଥିଲେ| ଏହି କାର୍ଯ୍ୟକର୍ମ ରେ ଓଡିଶାର ପ୍ରସିଦ୍ଧ ଜଗନ୍ନାଥ ଭୋଗ, ରସୋଗୋଲା, କଟକ ଦହିବରା, ଲସି ଇତ୍ୟାଦି ସୁସ୍ଵାଦୁ ଖାଦ୍ଯ ସହିତ ସୁନାମଧାନ୍ୟ ଗାୟକ ଓ ସଂଗୀତକାର ମାନଙ୍କ ଦ୍ଵାରା ନୂଆ-ପୁରୁଣା ଗୀତର ଆସର ବସିବ | ଏହା ସହିତ ଅଦ୍ଵିତୀୟ କପଡାଶୈଳୀ ପାରମ୍ପରିକ ହସ୍ତତନ୍ତ ଶାଢୀ, କପଡା, ଡ୍ରେସ ଇତ୍ୟାଦି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅଂଶ ଗ୍ରହଣ କରିବେ| ଫେସନ ସୋ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଆୟୋଜନ ହେବ ଏବଂ ଏକ ଆର୍ଟ ଗ୍ୟାଲେରୀ ସହିତ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ବାଲୁକା ମୂର୍ତ୍ତି ପ୍ରଦର୍ଶନ ହେବ |

ସଂପୂର୍ଣ୍ଣ କାର୍ଯ୍ୟକର୍ମ ଓଡିଶା ପର୍ବର ୱେବସାଇଟ www.odishaparba.com ପାଇପାରିବେ |

Related Articles

Leave a Reply

Your email address will not be published. Required fields are marked *

Back to top button