December 5, 2022

ରାଜ୍ୟରେ ଆହୁରି ବିମାନବନ୍ଦର ପ୍ରତିଷ୍ଠା ହେବ: ଜୟନ୍ତ ସିହ୍ନା

1 min read
Jayant-Sinha-Aajira-Odisha

ଆଓରି-ଭୁବନେଶ୍ଵର(୦୩/୦୩) : ଦିନିକିଆ ଗସ୍ତରେ ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ବିରୋଧରେ ବିଷ ଉଗାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା । ସେ ଓଡ଼ିଶା ସରକାରଙ୍କ ବିଫଳତା ବଖାଣିବା ସହ ରାଜ୍ୟରେ କେବଳ ବିଜେପି ସରକାର ଆସିଲେ ଦ୍ରୁତ ଗତିରେ ବିକାଶ ହେବ ବୋଲି କହିଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ଓଡ଼ିଶା ଆସିବା ଅବସରରେ ସେ ଭାରତୀୟ  ଜନତା ପାର୍ଟିର ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

ଓଡ଼ିଶାରେ ପହଞ୍ଚିବା ପରେ  ଭୁବନେଶ୍ୱର ବିମାନବନ୍ଦର ଠାରେ ବିଭିନ୍ନ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି। ସେ କହିଛନ୍ତି ବିମାନବନ୍ଦରରେ ଥିବା ପାର୍କିଂ ସମସ୍ୟାକୁ ଦୂର କରାଯିବ ସହ ପ୍ରାଇଭେଟ୍‌ ଗାଡ଼ିଗୁଡ଼ିକୁ ବିମାନବନ୍ଦରରୁ ପିକ୍‌ଅପ୍‌ ପାଇଁ ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି । ଏହି ନିୟମ ଆଗାମୀ ଏପ୍ରିଲ୍‌ ୧ରୁ ଲାଗୁ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ସୂଚନା ଦେଇଛନ୍ତି।

ଏହା ସହ ସେ ଝାରସୁଗୁଡ଼ା ବିମାନବନ୍ଦରର ମଧ୍ୟ ସମସ୍ୟା ଖୁବ୍‌ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି।  ତେବେ ରାଜ୍ୟରେ ଆଗକୁ ଅନେକ ନୂଆ ବିମାନ ବନ୍ଦର ନିର୍ମାଣ ହେବ ।  ସେପଟେ ରାଉରକେଲା ଏବଂ ଜୟପୁର ବିମାନବନ୍ଦର କାମ ଶେଷ ପର୍ଯ୍ୟାୟରେ ପହଁଚିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିହ୍ନା। ଏହାକୁ ଉଡ଼ାନ ଯୋଜନାରେ ସାମିଲ କରାଯିବା ସହ ଏହି ଯୋଜନାରେ ଓଡିଶାକୁ ୧୦୦ କୋଟି ଅନୁଦାନ ମିଳିଥିବା କହିଛନ୍ତି ଜୟନ୍ତ ସିହ୍ନା।

ଭୁବନେଶ୍ୱର ବିମାନବନ୍ଦରରେ ପାର୍କିଂ ଫି’ରେ ପରିବର୍ତ୍ତନ କରାଯାଇ, କମର୍ସିଆଲ ଟାକ୍ସିକୁ କେବଳ ପିକ୍ ଅପ୍ ପାଇଁ ୪୦ ଟଙ୍କା ଦେବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି ।ମୋଦି ଜୀଙ୍କ ଡବଲ ଇଂଜିନ ସରକାର ଆସିଲେ ରାଜ୍ୟରେ ବିକାଶ ହେବ । ରାଜ୍ୟରେ ବିଜେପି ସରକାର ଆସିଲେ  ବିକାଶର ବେଗ ବିମାନ ବେଗରେ ଗତି କରିବ ବୋଲି କହିଛନ୍ତି ଜୟନ୍ତ ସିହ୍ନା।

ଆୟୁଷ୍ମାନ ଯୋଜନାର କଥା ମଧ୍ୟ ମନେ ପକାଇବା ସହ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ଦିଆଯାଉଛି ବୋଲି କହିବା ସହ ମୋଦି ସରକାରଙ୍କ ସଫଳତା ବଖାଣିଛନ୍ତି ଜୟନ୍ତ ସିହ୍ନା।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.