କଳା ଓ ସଂସ୍କୃତିରାଜ୍ୟ

ଖୁବଶିଘ୍ର ଆଇକନିକ ଐତିହ୍ୟରେ ସାମିଲ ହେବ ଓଡ଼ିଶା

ଆଓରି-ଭୁବନେଶ୍ଵର(୨୦/୦୮) : ଓଡ଼ିଶାକୁ ମିଳିବ ଆଇକନିକ ଐତିହ୍ୟ । ଖୁବଶିଘ୍ର ଓଡ଼ିଶାକୁ ଏହି ତାଲିକାରେ ସାମିଲ କରାଯିବ । ଏନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି । ଡକ୍ୟୁମେଣ୍ଟ ଅଭାବରୁ ଓଡ଼ିଶା ଆଇକନିକ ଐତିହ୍ୟ ତାଲିକାରେ ନଥିଲା । ପୁରୀ, କୋଣାର୍କ ଏପରି ସ୍ଥାନ ଯାହାକି ସ୍ଥାନ ପାଇବା ଜରୁରୀ । ଏହାକୁ କେହି ଅଣଦେଖା କରିପାରିବେ ନାହିଁ ବୋଲି ଦିଲ୍ଲୀରେ ଆୟୋଜିତ ପର୍ଯ୍ୟଟନ ସମ୍ମିଳନୀରେ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ।

ଖୁବଶୀଘ୍ର ଓଡ଼ିଶାକୁ ଆଇକନିକ ହେରିଟେଜର ମାନ୍ୟତା ମିଳିବ । ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନ ସ୍ଥଳୀ ତାଲିକାରେ ଓଡ଼ିଶାର ଗୋଟିଏ ବି ସ୍ଥାନ ସାମିଲ ହୋଇପାରି ନଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ଦେଖାଦେଇଥିଲା । କିନ୍ତୁ ଏବେ ଓଡ଼ିଶା ଆଇକନିକ୍‌ ଐତିହ୍ୟରେ ସାମିଲ୍ ହେବାକୁ ଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button