ରାଜ୍ୟ

୨୩ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟ ସଂଗ୍ରହାଳୟ

ଆଓରି-ଭୁବନେଶ୍ଵର(୧୫/୦୫) : ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟ ସଂଗ୍ରହାଳୟ ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ମରାମତି କାମ ଶେଷ ହୋଇ ନ ଥିବାରୁ ପୁଣିଥରେ ଏହାକୁ ୧୫ତାରିଖରୁ ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସଂଗ୍ରହାଳୟ ଉଦ୍ୟାନ, ସୌନ୍ଦର୍ଯ୍ୟକରଣ, ଝରକା ରେଲିଂ ସହ କେତେକ ଗ୍ୟାଲେରୀର କିଛି ଅଂଶ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିବାରୁ ମରାମତିରେ ବିଳମ୍ବ ହେଉଥିବା କୁହାଯାଇଛି। ସେହିଭଳି ବିଦ୍ୟୁତ୍‌ ଓ ପାନୀୟ ଜଳଯୋଗାଣ ସ୍ଵାଭାବିକ ହେବାର ଆବଶ୍ୟକତା ରହିଛି। ପରିସ୍ଥିତି ସ୍ଵାଭବିକ ନ ହେବା ପର୍ଯ୍ୟନ୍ତ ରାଜ୍ୟ ସଂଗ୍ରହାଳୟକୁ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ରଖାଯିବ ବୋଲି ଅଧୀକ୍ଷକଙ୍କ ସୂତ୍ରରୁ କୁହାଯାଇଛି।

ଅନ୍ୟପକ୍ଷରେ ବାତ୍ୟାରେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ କିନ୍ତୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ‘ଫନୀ’ ଦ୍ୱାରା ମ୍ୟୁଜିୟମ୍‌ର ସବୁଜିମା ପରିପୂର୍ଣ୍ଣ କ୍ୟାମ୍ପସ୍‌ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ବେଳେ ସଂଗ୍ରହାଳୟ ପ୍ରକୋଷ୍ଠ ମଧ୍ୟ ଅନେକାଂଶରେ ପ୍ରଭାବିତ ହୋଇଥିଲା। ପ୍ରବେଶଦ୍ୱାରରେ ବଡ଼ ବଡ଼ ଗଛ ଭାଙ୍ଗିଯିବା ସହ ବିଭିନ୍ନ ଜନଜାତି ସମ୍ପ୍ରଦାୟ ଗୃହ ଓ ଗ୍ରାମସଭା ଭାଙ୍ଗିରୁଜି ଯାଇଥିଲା। ଫନୀରେ ଏଠାରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିଲା। ହେଲେ ବାତ୍ୟା ପରଦିନଠାରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇ ସଂଗ୍ରହାଳୟର ୫ ମୁଖ୍ୟ ପ୍ରକୋଷ୍ଠ ଏବେ ଖୋଲାଯାଇଛି

Related Articles

Leave a Reply

Your email address will not be published. Required fields are marked *

Back to top button