ଶେଷ ଦିନରେ ବି ବିଧାନସଭାରେ ପ୍ରଶ୍ନ କାଳ ହୋଇପାରିଲା ନାହିଁ
1 min read
ଭୁବନେଶ୍ୱର ୨-୪(ଆଓରି): ବିଧାନ ସଭାର ବଜେଟ ଅଧିବେଶନର ଶେଷ ଦିନରେ ବିରୋଧି ଦଳର ବିଶୃଙ୍ଖଳା ଯୋଗୁଁ ପ୍ରଶ୍ନକାଳ ଅନୁଷ୍ଠିତ ହୋଇ ପାରି ନାହିଁ । ପ୍ରଶ୍ନକାଳରେ ବିରୋଧି ଦଳର ସଦସ୍ୟମାନେ ହୋ ହଲ୍ଲା କରିବାରୁ ବାଚସ୍ପତି ଗୃହ କାର୍ଯ୍ୟକୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରିଥିଲେ ।
ପ୍ରଶ୍ନ କାଳ ଆରମ୍ଭରେ ବିରୋଧି ଦଳ ନେତା ନରସିଂହ ମିଶ୍ର ଜନଜାତି ପରାମର୍ଶ କମିଟିର ବୈଠକ ବସୁ ନ ଥିବା କଥା ପ୍ରଶ୍ନ ଉଠାଇଥିଲେ । ଏହାକୁ ନେଇ ବିରୋଧି ଦଳର ସଦସ୍ୟମାନେ ହୋ ହଲ୍ଲା କରିଥିଲେ । ଫଳରେ ଗୃହକୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା ।