May 19, 2024

ବୀର ପୁତ୍ରଙ୍କୁ ଏଭଳି ସମ୍ମାନ, ଯେତେ କହିଲେ ବି ପ୍ରଶାସନର ଦୃଷ୍ଟି ପଡ଼ୁନି !

1 min read

ଆଓରି-ଭୁବନେଶ୍ୱର(୦୭/୦୮): ଆଉ 9 ଦିନ ପରେ ସମଗ୍ର ଦେଶ ପାଳନ କରିବାକୁ ଯାଉଛି 73 ତମ ସ୍ବାଧୀନତା ଦିବସ । ସ୍ୱାଧୀନତା ସଂଗ୍ରାମର ବିଜ ବୁଣିଥିବା ପାଇକ ବିଦ୍ରୋହର ମହାନ ସଂଗ୍ରାମୀଙ୍କୁ ମନେପକାଇବା ସହ ସେମାନଙ୍କ ସ୍ମୃତି ଚାରଣ କରିବେ ଆମ ଦେଶର ପ୍ରତ୍ୟେକଟି ଜନତା । ମାତ୍ର ଆମେମାନେ ସେହି ମହାନ ଯୋଦ୍ଧାଙ୍କୁ ନିଜ ଅନ୍ତର ଆତ୍ମାରୁ କେତେ ଯେ ଭଲ ପାଉଛୁ, ଗଡ଼ଖୋର୍ଦ୍ଧାରେ ଥିବା ପାଇକ ସ୍ମାରକୀକୁ ଦେଖିଲେ ତାହା ସ୍ପଷ୍ଟ ଅନୁମେୟ ।

ଏ କେମିତି କା ସମ୍ମାନ ? କାହିଁକି ଏପରି ଅବହେଳା ? ଏହା ଉପରେ ପ୍ରଶାସନର ଆଖି ପଡୁନି କିପରି ? କାହା ଭରସାରେ ଖୋଲା ଆକାଶ ତଳେ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିକୁ ଛାଡ଼ି ଦିଆଯାଇଛି । ଆଉ କେତେ ଦିନ ରାସ୍ତାକଡ଼ର ଧୂଳି ଧୂଆଁ ଭିତରେ ଅଣନିଶ୍ବାସୀ ହେବେ ପାଇକଗଡ଼ର ଏହି ବୀର ଯୋଦ୍ଧାମାନେ । ନିଜ ଜୀବନକୁ ବାଜି ଲଗାଇ ଫିରଙ୍ଗିମାନଙ୍କ ଗୁଳିରେ ସହିଦ ହୋଇଥିବା ଏହି ଯୋଦ୍ଧାଙ୍କ ସ୍ଥିତିକୁ ଦେଖିଲେ ଯିଏ କେହି ବି ଘଡ଼ିଏ ଛିଡା ହୋଇ ଦେଖିବ । ଏହା ଯେତିକି କରୁଣ, ସେତିକି ହୃଦୟ ବିଦାରକ । ସେମାନଙ୍କ ଆତ୍ମା ଆଜି ଉପରେ ଥାଇ ଗୁମୁରି ଗୁମୁରି କାନ୍ଦୁଥିବ ନିଶ୍ଚୟ । ସେମାନେ ନିଜକୁ ନିଜେ ପଚାରୁଥିବେ ଏତେବଡ଼ ବଳିଦାନ ବଦଳରେ କଣ ଏଇ ପ୍ରତିଦାନ ଦେଲେ ତାଙ୍କ ଉତ୍ତର ପିଢ଼ି ।

1857 ମସିହା ଦେଶରେ ଇଂରେଜମାନଙ୍କ ଅନ୍ଧାରୀ ଶାସନ ବିରୁଦ୍ଧରେ ସଙ୍ଗଠିତ ହୋଇଥିଲା ସିପାହୀ ବିଦ୍ରୋହ । କିନ୍ତୁ ଏହାର 40 ବର୍ଷ ପୂର୍ବରୁ 1817 ମସିହାରେ ଓଡିଶାର ଖୋର୍ଧା ମାଟିରୁ ପାଇକମାନେ ଇଂରେଜମାନଙ୍କ ବିରୁଦ୍ଧରେ କରିଥିଲେ ସଶସ୍ତ୍ର ସଂଗ୍ରାମ । ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ଏହିଠାରୁ ହିଁ ଆରମ୍ଭ ହୋଇଥିଲା ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ମହାନ ଯୋଦ୍ଧାମାନଙ୍କ ବଳିଦାନକୁ ସବୁଦିନ ମନେରଖିବା ପାଇଁ 100 କୋଟି ଟଙ୍କା ବ୍ୟୟରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ଘୋଷଣା କରିଛନ୍ତି । ମାତ୍ର ରାଜ୍ୟ ସରକାରଙ୍କ ରାଜନୈତିକ ଅଭିସନ୍ଧି ଭିତରେ ଏହା ବଳି ପଡିବାକୁ ବସିଲାଣି । 50 ଏକର ଜମି ବଦଳରେ 5 ଏକର ଜମି ଦେଇ ନିଜ କାମ ସାରିଦେଇଛନ୍ତି ରାଜ୍ୟ ସରାକାର । ଯାହାକୁ ସାଧାରଣରେ ନିନ୍ଦା କରାଯାଇଛି ।

73 ତମ ସ୍ବାଧୀନତା ଦିବସ ପୂର୍ବରୁ ଭାରତ ସ୍ୱାଧିନତାର ଆଦ୍ୟ ଝଲକ ସୃଷ୍ଟି କରିଥିବା ପାଇକ ବିଦ୍ରୋହର ଏହି ମହାନ ସହିଦଙ୍କ ସ୍ମୃତି ପ୍ରତି ଏପରି ହତାଦର ଭବିଷ୍ୟତ ପୀଢିଙ୍କୁ କେଉଁ ଦିଗଦର୍ଶନ ଦେଉଛି, ତାହା ବାରି ହୋଇପଡୁଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.