ରାଜ୍ୟ

କାହା ଚାପରେ ନବୀନ ରଖିପାରିଲେନି ନିଜ ପ୍ରତିଶ୍ରୁତି ? କ’ଣ ରହିଛି ରହସ୍ୟ ?

ଆଓରି-ଭୁବନେଶ୍ୱର(୨୨/୦୬): ପ୍ରତିଶ୍ରୁତି ପାଲଟିଲା ପ୍ରତାରଣା । କଥା ଦେଇ କଥା ରଖିପାରିଲେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁହାଯାଏ ନବୀନ ଥରେ ଯାହା କୁହନ୍ତି ତାହା କାର୍ଯ୍ୟରେ କରି ଦେଖାଇଥାନ୍ତି । ହେଲେ ରାଜ୍ୟସଭା କ୍ଷେତ୍ରରେ କିନ୍ତୁ ତାହା ଦେଖିବାକୁ ମିଳିଲାନି । ପୂର୍ବରୁ ରାଜ୍ୟସଭା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶନ୍ନ ପାଟଶାଣୀଙ୍କ ଓ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନାଁ ଘୋଷଣା କରିଥିଲେ । କିନ୍ତୁ ଯେତେବେଳେ ବିଦ୍ଧିବଦ୍ଧ ଭାବେ ରାଜ୍ୟସଭା ଉପନିର୍ବାଚନ ପାଇଁ ମୁଖିଆ ପ୍ରାର୍ଥୀ ଘୋଷଣା କଲେ, ସେତେବେଳେ ଏହି ଦୁଇଟି ନାଁ ନଥିଲା ତାଲିକାରେ । ତେବେ ନବୀନ ଏଭଳି କାହିଁକି କରିବାକୁ ବାଧ୍ୟ ହେଲେ ? ସେନେଇ ଆରମ୍ଭ ହୋଇଛି କଳ୍ନନା ଜଳ୍ପନା । କାହା ଚାପରେ ପଡ଼ି ନବୀନ ନିଜର ପ୍ରତିଶ୍ରୁତି ରଖିପାରିଲେ ନାହିଁ ? ଏନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।

ଲଗାତାର ଭାବେ 5 ଥର ବ୍ରହ୍ମପୁର ବିଧାନସଭା ଆସନରୁ ବିଜୟୀ ହୋଇ ଆସୁଥିବା ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସୁପ୍ରିମୋ ନବୀନଙ୍କ ଗୁଡ୍‌ବୁକ୍‌ରେ ଥିଲେ ମଧ୍ୟ ତାଙ୍କୁ ପ୍ରାର୍ଥୀ କଲା ନାହିଁ ଦଳ । ଅନ୍ୟପଟେ ଠିକ୍‌ ସେହିଭଳି ପରିସ୍ଥିତି ରହିଛି ପ୍ରଶନ୍ନ ପାଟ୍ଟଶାଣୀଙ୍କର । ପ୍ରଶନ୍ନ ଲଗାତାର ଭାବେ 5 ଥର ଭୁବନେଶ୍ୱର ଲୋକସଭା ଆସନରୁ ବିଜୟୀ ହୋଇ ଆସୁଥିଲେ ମଧ୍ୟ ତାଙ୍କୁ ନବୀନ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଜଣାପଡ଼ିଛି ।

ହେଲେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବେ ବି ରାଜ୍ୟସଭା ଆଶା ଛାଡ଼ିନାହାନ୍ତି । ଏହା ସହ ନବୀନଙ୍କ ଏହି ପଦକ୍ଷେପକୁ ମଧ୍ୟ ସେ ସ୍ୱାଗତ ଜଣାଇଛନ୍ତି । ଦଳ ପାଇଁ ଯାହା ସଠିକ୍‌ ହେବ ନବୀନ ସେୟା ନିଷ୍ପତ୍ତି ନେଇଥାନ୍ତି । ତେଣୁ ଦଳ ତାଙ୍କୁ ପ୍ରାର୍ଥୀ କରିନଥିଲେ ମଧ୍ୟ ସେ ଖୁସିଥିବା କହିଛନ୍ତି । ଏହା ସହ  ସେ କହିଛନ୍ତି ଆଗାମୀ 10 ମାସ ମଧ୍ୟରେ ଆଉ 4 ରାଜ୍ୟସଭା ଆସନ ଖାଲି ହେବ । ସେଥିରେ ତାଙ୍କୁ ସ୍ଥାନ ଦିଆଯାଇପାରେ ।

ଅନ୍ୟପଟେ ବିଜେଡି ଶିବିରରୁ ମିଳିଥିବା ଭିତିରି ସୂଚନା ଅନୁଯାୟୀ, ରମେଶ ଓ ପ୍ରଶନ୍ନ ନବୀନଙ୍କ ଗୁଡ୍‌ବୁକ୍‌ରୁ ଆଉଟ୍‌ ହୋଇସାରିଛନ୍ତି । ଗତ ଲୋକସଭା ନିର୍ବାଚନରେ ବିଜେଡିର ପ୍ରଦର୍ଶନ ଖରାପ ରହିଥିବାରୁ ମୁଖ୍ୟମନ୍ତ୍ରୀ ଘୋର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଭୁବନେଶ୍ୱରରେ ଦଳର ଖରାପ ପ୍ରଦର୍ଶନ ବିଜେଡି ଶିବିରରେ ପ୍ରଶନ୍ନଙ୍କୁ ଦାୟୀ କରାଯାଉଛି । କାରଣ ବିଭିନ୍ନ ସମୟରେ ପ୍ରଶନ୍ନଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଷ୍ଟେଜ୍‌ ସେୟାର କରିଥିବା ଦେଖାଯାଇଛି । ତେବେ ଏହାକୁ ବିଜେଡି ଶିବିରରେ ଦଳ ବିରୋଧୀ କାର୍ଯ୍ୟ କୁହାଯାଇଛି । ଏହି କାରଣରୁ ପ୍ରଶନ୍ନଙ୍କୁ ରାଜ୍ୟସଭା ପଠାଇନାହାନ୍ତି ବୋଲି ଜଣାପଡ଼ିଛି ।

ଏହା ମଧ୍ୟ କୁହାଯାଉଛି ଯେ, ଚ୍ୟାଉ ପଟ୍ଟନାୟକ ଓ ପ୍ରଶନ୍ନ ସୁପ୍ରିମୋଙ୍କ ଗୁଡ୍‌ବୁକ୍‌ରେ ରହିଥିଲେ ମଧ୍ୟ ଥାର୍ଡ ଫ୍ଲୋର ବାବୁଙ୍କ ସହ ଦୁହିଁଙ୍କର ସେତେ ଖାସ୍‌ ସମ୍ପର୍କ ନାହିଁ । ତେଣୁ ତାଙ୍କର ରାଜ୍ୟସଭା ଟିକଟ କଟିଯାଇଛି !

Related Articles

Leave a Reply

Your email address will not be published. Required fields are marked *

Back to top button