ରାଜ୍ୟ

ଜନହିତକାରୀ କାର୍ଯ୍ୟ ନକରି ଅଯଥା ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୨୦/୦୨) : କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ମିଳିଲାନି । ଚାଷୀଙ୍କୁ ଉଚିତ ଦାମ ମିଳିଲାନି । ଅଭାବୀ ବିକ୍ରିର ଶିକାର ହେଲେ ଚାଷୀ । ନୈତିକତା ଥିଲେ ଏଥିପାଇଁ ଦାୟୀ କିଏ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ଏବେ ଟିକିଏ କଥାରେ ଆପଣମାନେ ଖୁସି ତ ବୋଲି କହୁଛନ୍ତି । ଏବେ କିଏ ଖୁସି ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜବାବ ଦିଅନ୍ତୁ ବୋଲି  କୋରାପୁଟର ସିମିଳିଗୁଡ଼ାରେ ଆୟୋଜିତ ଜବାବ ମାଗୁଛି ଓଡିଶା #jababmaguchiodisha ସଭାରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେମିଳିଗୁଡାରେ ଆୟୋଜିତ ଜବାବ୍ ମାଗୁଛି ଓଡିଶା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କୋରାପୁଟ ଜିଲ୍ଲାର କୁନ୍ଦୁଲି ପୀଡିତାଙ୍କୁ ଧର୍ଷଣ କରି ହତ୍ୟା କରଗଲା । କିନ୍ତୁ ତାର ଦୋଷୀମାନେ ଏଯାଏଁ ଜେଲ୍ ଯାଇନାହାନ୍ତି । ଓଡିଶାର କୁନ୍ଦୁଲି ଗାଁର ଝିଅ ଧର୍ଷିତା ହେବା ପରେ ନିଜେ ଆତ୍ମହତ୍ୟା ପାଇଁ ବାଧ୍ୟ ହେଲା । ଏହାସହ ଆଜି କୋରାପୁଟ ଜିଲ୍ଲା  କୁନ୍ଦୁଲି ପୀଡିତା ପାଇଁ ଦୁଃଖରେ ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ହକି ଖେଳକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ହକି ଖେଳରେ ଅଯଥା ଟଙ୍କା ଖର୍ଚ୍ଚ କରି ବମ୍ବେରୁ ଶାହରୁଖ ଖାନ, ସଲମାନ ଖାନ ଓ ମାଧୁରୀ ଦିକ୍ଷୀତଙ୍କୁ ଆଣିକି ନାଚ କରାଇଲେ । ମାତ୍ର ଏଠାକାର ପଟ୍ଟାଙ୍ଗୀ, ସେମିଳିଗୁଡାରେ ଶିକ୍ଷକ ନାହାନ୍ତି । କୋରାପୁଟ ସରକାରୀ କଲେଜରେ ଅଧାରୁ ଅଧିକ ପଦବୀ ଖାଲିପଡିଛି ।  ପିଲା ପାଠ ପଢିପାରୁ ନାହାନ୍ତି । ଜିଲ୍ଲାର ଶିକ୍ଷକମାନଙ୍କୁ ଦରମା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଇସା ନାହିଁ  । ରାଜ୍ୟରେ ୩୧୦୦ ଶିକ୍ଷକ ପଦବୀ ଖାଲି ପଡିଛି । ଗୁଣାତ୍ମକ ଶିକ୍ଷାତ ଦୂରର କଥା ଶିକ୍ଷକ ନାହାନ୍ତି ।  ଏଥିରେ ମୁଖ୍ୟମନ୍ତ୍ରୀ ଖୁସି ଥିବା କହୁଛନ୍ତି ।ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓଡ଼ିଶା ଋଣ ବୋଝରେ ବୁଡିଲାଣି । ରାଜ୍ୟରେ ଆର୍ଥିକ ସ୍ଥିତି ଦିନକୁ ଦିନ ତଳିତଳାନ୍ତ ହେଉଛି । ସେପଟେ ମୁଖ୍ୟମନ୍ତ୍ରୀ ଅଣଓଡିଆଙ୍କ ଅଫିସରଙ୍କ ଘେରରେ ଘେରି ହୋଇ ସବୁ ଜାଣି ଅଜଣା ହୋଇ ରହୁଛନ୍ତି  ।

ଏହାସହ ଧର୍ମେନ୍ଦ୍ର କହିଛନ୍ତି ଯେ ଜୟପୁର, କୋରାପୁଟ ତଥା କେବିକେ ଅଂଚଳରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି କ୍ୱିଂଟାଲ ପିଛା ୧୨୦୦ ଟଙ୍କାରେ ବିକ୍ରି ହେଉଛି । ଏ ଦଲାଲି ଟଙ୍କା କିଏ ନେଲା । ବଳକା ୫୦୦ ଟଙ୍କା କିଏ ନେଲା ? କେନ୍ଦ୍ର ସରକାର ଧାନ କ୍ୱିଂଟାଲ ପିଛା ୧୭୫୦ ଟଙ୍କା ଦେଲା ପରେ ବି ମୁଖ୍ୟମନ୍ତ୍ରୀ ତାଙ୍କ ସରକାରୀ ଅଧିକାରୀ ମିଲ ମାଲିକ ସହ ମିଶି ଏ ପଇସାକୁ ହରିଲୁଟ କଲେ । ଜିଲ୍ଲାରେ ପିଇବା ପାଣିର ସମସ୍ୟା ମଧ୍ୟ ଦେଖାଯାଇଛି । ୧୯ ବର୍ଷ ସରକାରରେ ରହିବା ପରେ ମଧ୍ୟ ଯିଏ କୋରାପୁଟର ମା ଭଉଣୀମାନଙ୍କୁ ବୁନ୍ଦେ ପିଇବା ପାଣି ଦେଇ ନାହିଁ, ସେ କହୁଛି ଆପଣମାନେ ଖୁସି ତ । ଏ ଅଂଚଳରେ ଡାକ୍ତର ନାହାନ୍ତି, ୨୪ ଘଂଟା ବିଜୁଳି ନାହିଁ, ପିଇବା ପାଣି ନାହିଁ, ଶିକ୍ଷକ ନାହାନ୍ତି, କାମ କରିବା ପାଇଁ ଲୋକ ବାହାରକୁ ଯାଉଛନ୍ତିା ୧୯ ବର୍ଷ ଦାୟିତ୍ୱରେ ରହିବା ପରେ ମଧ୍ୟ ଯେଉଁ ସରକାର ରୋଜଗାର ଉପଲବ୍ଧ କରାଇପାରେ ନାହିଁ ,ସେ ସରକାରକୁ ବଦଳେଇବାର ସମୟ ଆସିଛି ବୋଲି  ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ  ଦେଓବାଲି, ନାଗେଶ୍ୱର ପର୍ବତକୁ ପର୍ଯ୍ୟଟନର ମାନ୍ୟତା ଏପର୍ଯ୍ୟନ୍ତ ମିଳିନାହିାଁ କୋଟିଆ ପଂଚାୟତରେ ଆନ୍ଧ୍ରର ଅନୁପ୍ରବେଶକାରୀ ବନ୍ଦ ହୋଇନାହିଁ, ରଣାଗନ୍ଧାର ମାଳି, ଡୋରା ଜାତିର ଲୋକଙ୍କୁ ଏଯାବତ୍ ଆଦିବାସୀ ମାନ୍ୟତା ମିଳିନାହିଁ । ଏସମସ୍ତ କଥା ବିଧାନସଭାରେ ଉପସ୍ଥାପିତ ହୋଇପାରିଲା ନାହିଁ । ଏଠାକାର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନଥିବା ବେଳେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଆରମ୍ଭ ହେଲା ନାହିଁ, ପଟ୍ଟାଙ୍ଗୀରେ ବ୍ଲକରେ ଏକ ବ୍ରିଜ୍ ହୋଇପାରିଲା ନାହିଁ, ଶୀତଳ ଭଣ୍ଡାର ହୋଇପାରିଲାନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ରାଜ୍ୟ ସରକାର କାଳିଆ ଯୋଜନା କରି  ୫୦ ଲକ୍ଷ ଲୋକଙ୍କୁ ୧୦ ହଜାର ଟଙ୍କା ଲେଖାଁଏ ଦେବା କଥା କହିଲେ । ବର୍ତମାନ ସୁଦ୍ଧା ଅନେକ ଲୋକଙ୍କୁ କାଳିଆ ଯୋଜନାରେ ଟଙ୍କା ଦେଇଛନ୍ତି । କିନ୍ତୁ କାଳିଆ ଯୋଜନାର ତାଲିକାରେ ବିଧାୟକ, ମନ୍ତ୍ରୀଙ୍କ ନାଁ ଆସୁଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଅନ୍ୟପଟେ କେନ୍ଦ୍ର ସରକାର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦେବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଆରମ୍ଭ କରିଛନ୍ତି । ନରେନ୍ଦ୍ର ମୋଦିଙ୍କ ନାଁ ହୋଇଯିବ ବୋଲି ଓଡିଶା ସରକାର ଚାଷୀଙ୍କ ତାଲିକା ଦେବାକୁ ରାଜି ନାହିଁ । ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଇସା ଆସୁ ରାଜ୍ୟ ସରକାର ଚାହୁଁନାହାନ୍ତି । ରାସ୍ତାଘାଟ, ଏନଏଚ୍, ରେଲବାଇ ପାଇଁ ଭାରତ ସରକାର ନୂଆନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଁଥିଲେ ହେଁ ରାଜ୍ୟ ସରକାର ସହଯୋଗ ହାତ ବଢଉନହାନ୍ତି । ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ କରୁନାହାନ୍ତି ।

କେବିକେ ଅଂଚଳ ଜିଲ୍ଲା କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁରର ବିକାଶ ନରେନ୍ଦ୍ର ମୋଦି ଚାହିଁଲେ । କିନ୍ତୁ ନବୀନ ସରକାର ଏହାର ବିରୋଧ କଲେ । ସ୍ୱାମୀ ମରୁ ପଛେ ସଉତୁଣି ବିଧବା ହେଉ । ଓଡିଆ ଲୋକଙ୍କ ଦୁର୍ଦ୍ଦିନରେ ରହୁ କିନ୍ତୁ ମୋଦିଙ୍କ ନାଁ ନହେଉ । ଏ ଇର୍ଷା ଆଜି ହୋଇଛି  । ଓଡିଶା ସରକାର ବଦଳିବା ଦରକାର ।  ଓଡିଶା ସରକାରକୁ ବଦଳାଇ ମୋଦିଙ୍କ ସରକାର କରିବା ଦରକାର । ଏମପିକୁ ଜିତାଇ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ । “ଆମର ଅଛି ଦୃଢ ବିଶ୍ୱାସ, ମୋଦି ହିଁ କରିବେ ଓଡିଶାର ବିକାଶ” ଶ୍ରୀ ପ୍ରଧାନ ସ୍ଲୋଗାନ ଦେବା ସହ ଏଥର ଡବଲ ଇଞ୍ଜିନ ଲଗାଇବା । ଏ ସରକାର ବଦଳେଇ ମୋଦିଙ୍କ ସରକାରକୁ ଆଣିବା  ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button