ରାଜନୀତିରାଜ୍ୟ

କେନ୍ଦ୍ର ଦେଉଥିବା ଅର୍ଥରାଶିର ଦୁରୂପଯୋଗ କରୁଛନ୍ତି ରାଜ୍ୟ ସରକାର ; ଅମିତ ଶାହ

ଆଓରି-ଭୁବନେଶ୍ଵର(୨୯/୦୧) : ସ୍ଥାନୀୟ କୁଳିଆ ପଡ଼ିଆରେ ଆୟୋଜିତ ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀରେ କଂଗ୍ରେସ ଓ ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଆଜି ଓଡ଼ିଶା ଗସ୍ତରେ ଆସିଥିବା ଅମିତ ଶାହ ସାଲେପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇଥିଲେ। ଏହାପରେ ସେଠାରେ ଆୟୋଜିତ #jababmaguchiodisha ‘ଜବାବ ମାଗୁଛି ଓଡ଼ିଶା’ ଜନସଭାରେ ଯୋଗଦେଇ  ନିଜ ଅଭିଭାଷଣରେ ସେ କହିଛନ୍ତି ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ପ୍ରକଳ୍ପ ଜରିଆରେ ୫,୧୩,୦୦ କୋଟି ଟଙ୍କା ଦେଇଛନ୍ତି। କିନ୍ତୁ ଏହି ଟଙ୍କା ଲୋକଙ୍କ ପାଖରେ ପହଞ୍ଚି ନାହିଁ। ଯାହା ଫଳରେ ଓଡ଼ିଶାର ବିକାଶ ହୋଇନାହିଁ। ନବୀନ ସରକାର ୧୯ ବର୍ଷ ଧରି ଓଡ଼ିଶାକୁ ଶାସନ କରିଲାଣି। ଏଥର ନବୀନ ଶାସନକୁ ସମାପ୍ତ କରନ୍ତୁ ବୋଲି ଶ୍ରୀ ଶାହ ଆହ୍ଵାନ କରିଥିଲେ।

ଏଥିସହ ସେ କହିଥିଲେ, ଓଡ଼ିଶାବାସୀ କଂଗ୍ରେସକୁ ଲମ୍ବା ମୌକା ଦେଇଛନ୍ତି,ନବୀନ ବାବୁଙ୍କୁ ୧୯ ବର୍ଷ ଦେଇଛନ୍ତି କିନ୍ତୁ ରାଜ୍ୟର ବିକାଶ ହୋଇନାହିଁ। ନରେନ୍ଦ୍ର ମୋଦିଙ୍କୁ କେବଳ ୫ ବର୍ଷ ସରକାରରେ ଆସିବାକୁ ଦିଅନ୍ତୁ ବିକାଶ କରି ଦେଖାଇଦେବୁ। ନରେନ୍ଦ୍ର ମୋଦୀଙ୍କ ନେତୃତ୍ତ୍ଵରେ ଗଠନ ହେଉଛି ନୂଆ ଓଡିଶା | ଯେଉଁଠି କେହି ବେକାରୀ, ବେମାରି ଓ ଗରିବ ହୋଇ ରହିବେ ନାହିଁ  କହିଛନ୍ତି ଅମିତ ଶାହ

ବିଜେଡି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ଯଦି ଗୋଟିଏ ଯିବ ,ଅନ୍ୟଟି ଆସିବ। ତେବେ କିଛି ବି ଲାଭ ହେବ ନାହିଁ। ଓଡ଼ିଶା ଯେମିତି ଗରିବ ରହିଛି,ସମିତି ରହିଥିବ ବୋଲି କହିଛନ୍ତି ଅମିତ ଶାହା।

Related Articles

Leave a Reply

Your email address will not be published. Required fields are marked *

Back to top button