ରାଜନୀତିରାଜ୍ୟ

ନାରୀଙ୍କ ସୁରକ୍ଷା ଦିଗରେ ସମ୍ପୁର୍ଣ୍ଣ ଫେଲ୍‌ ମାରିଛନ୍ତି ରାଜ୍ୟ ସରକାର ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୩୦/୧୨) : ପୁଣି ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । କହିଲେ ରାଜ୍ୟ ସରକାର ନାରୀଙ୍କ ସୁରକ୍ଷା ଦିଗରେ ସମ୍ପୁର୍ଣ୍ଣ ଫେଲ୍‌ ମାରିଛନ୍ତି । ରାଜ୍ୟର ନାରୀମାନେ ସୁରକ୍ଷିତ ମଣୁ ନାହାନ୍ତି । ଶ୍ରୀମନ୍ଦିରରେ ନାବାଳିକା ଅସଦାଚରଣ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟରେ ରକ୍ଷକ ଆଜି ଭକ୍ଷକ ସାଜିଛନ୍ତି । ପ୍ରଜାତନ୍ତ୍ରରେ ଏପରି କଥା ଅତ୍ୟନ୍ତ ନିନ୍ଦନୀୟ । ଓଡିଶାରେ ଶାସନ ଦାୟିତ୍ୱ ଆଜି କଳାପାହଡ ମାନଙ୍କ ହାତକୁ ଚାଲିଯାଇଛି । ଲୋକେ ଏଥର ନିଶ୍ଚିତ ଭାବେ ଏମାନଙ୍କୁ ପ୍ରତ୍ୟାକ୍ଷାନ କରିବେ ବୋଲି କହି ଧର୍ମେନ୍ଦ୍ର କଡ଼ା ଭାଷାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ରାଜ୍ୟରେ ଏକ ସ୍ୱେଚ୍ଛାଚାରୀ, ସମ୍ବେଦନହୀନ ସରକାର ଚାଲିଛି । ଏହାକୁ ବଦଳାଇବାକୁ ପଡିବ । ଓଡିଶାରେ ଆଇନଶୃଙ୍ଖଳା ଏବେ ସ୍ୱେଚ୍ଛାଚାରୀ ମାନଙ୍କ ହାତକୁ ଚାଲିଯାଇଛି । ବିଶେଷ କରି ପିପିଲିର ପୀଡିତା ବେବିନା ଦୁଷ୍କର୍ମ ମାମଲାରେ ୨ ଦିନ ତଳେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟକ୍ଷ ଗଣମାଧ୍ୟମରେ ଯେପରି ବକ୍ତବ୍ୟ ଦେଲେ ସେ ମନ୍ତବ୍ୟ ନିଲର୍ଜତା ଓ ଅହଂକାରର ମନ୍ତବ୍ୟ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଜଣେ ଦଳିତ ଝିଅକୁ ନ୍ୟାୟ ମିଳିଲା ନାହିଁ । ଦୁଷ୍କର୍ମ କରିଥିବା ଲୋକ ଶାସକ ଦଳର ଓ ମନ୍ତ୍ରୀଙ୍କ ପାଖଲୋକ । ମନ୍ତ୍ରୀଙ୍କ ଘରୁ ଅପରାଧୀ ଗିରଫ ହୋଇଥିଲେ । ଏହି ଘଟଣାରେ ଜଣେ ପୋଲିସ ଅଧିକାରୀ ନିଲମ୍ବିତ ମଧ୍ୟ ହୋଇଥିଲେ । କ୍ରାଇମବ୍ରାଂଚ ଯୋଜନା କରି ଶାସକ ଦଳ ଲୋକଙ୍କୁ ଖସାଇ ଦେଲା ବୋଲି କହି ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button