ରାଜ୍ୟ

ଓଡିଶା ସରକାରଙ୍କ ଅପାରଗତା ; ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଟଙ୍କାଟିଏ ଦେଇ ନାହାଁନ୍ତି ରାଜ୍ୟ ସରକାର

ଆଓରି-ଭୁବନେଶ୍ଵର(୨୫/୧୦) : ପଦାରେ ପଡିଲା ସରକାରଙ୍କ ଅପାରଗତା । ଟଙ୍କା ଦେଇ ପାରୁ ନାହାଁନ୍ତି କିନ୍ତୁ ଯୋଜନା କରି ଚାଲିଛନ୍ତି ରାଜ୍ୟ ସରକାର । କୋଟି କୋଟି ଟଙ୍କା ଦେଇ ନ ପାରିବାରୁ ଅଚଳ ହୋଇଛି ବିଜୁ କୃଷକ କଲ୍ୟାଣ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଯେଉଁଥିପାଇଁ ଶୀଘ୍ର ବକେୟା ଟଙ୍କା ଦେବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଦାବି କରିଛି ଅଲ ଓଡିଶା ପ୍ରାଇଭେଟ ହସ୍ପିଟାଲ ଏଷ୍ଟାବ୍ଲିଷମେଣ୍ଟ ଫୋରମ । ଗତ ୫ବର୍ଷ ହେଲା ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବିମା ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା ରେ କୋଟି କୋଟି ଟଙ୍କା ବାକି ଥିବା ବଳେ ବର୍ଷେ ତଳେ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମଧ୍ୟ ଟଙ୍କାଟିଏ ଦେଇ ନାହାଁନ୍ତି ରାଜ୍ୟ ସରକାର । ଶ୍ରୀଘ୍ର ବକେୟା ଅର୍ଥ ଦେବାକୁ ସରକାରଙ୍କ ପାଖରେ ଦାବି କରିଛି ଫୋରମ । ଏପରିକି ସରକାର ଫୋରମ୍ କରିଥିବା ଦାବି ପୂରଣ ନକଲେ ସରକାରଙ୍କ ଏଯୋଜନାରେ ରୋଗୀଙ୍କୁ ସେବା ନ ଦେବାକୁ ରୋକଠୋକ୍ ଶୁଣାଇଦେଇଛି ସଂଘ  ।

୨୦୧୮ଅଗଷ୍ଟ ୧୫ରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା  । ବେଶ ତରବରିଆ ଭାବେ ହୋଇଥିବା ଏହି ଯୋଜନାରେ ରାଜ୍ୟରେ ୭୦ଲକ୍ଷ ପରିବାର ଉପକୃତ ହେବେ ବୋଲି ବଡ ବଡ ହୋର୍ଡି ଲଗାଇଲେ ସରକାର । ଏପରିକି ମାତ୍ର ୩ମାସ ପରେ ଏହି ଯୋଜନାରେ ଉଭୟ ସରକାରୀ ଓ ବେସକାରୀ ହସପିଟାଲ ଗୁଡିକରେ ୧କୋଟି ରୋଗୀ ଚିକିତ୍ସା ହେଲେ ବୋଲି ବିଜ୍ଞାପନ ମଧ୍ୟ ଦେଲେ  ।

ଖାଲି ସେତିକି ନୁହେଁ  ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ୧୯୬ଟି ହସପିଟାଲ ଗୁଡିକରେ ଏହି ସୁବିଧା ମିଳୁଛି ବୋଲି ମିଛ ଦୃଢୋକ୍ତି ମଧ୍ୟ କଲେ ଶାସକ ଦଳର ମନ୍ତ୍ରୀ ଓ ନେତା  । ହେଲେ ବକେୟା ଟଙ୍କା ଦେଇ ନଥିବାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡକୁ ଏଣିକି ଗ୍ରହଣ କରିବୁ ନାହିଁ ବୋଲି ରୋକ ଠୋକ ଶୁଣାଇଥିଲା ଘରୋଇ ମେଡିକାଲ ସଙ୍ଗ । ସେପଟେ ସଂଘର ଅଭିଯୋଗ କୁ ସ୍ବୀକାର କରିଛନ୍ତି ଖୋଦ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ସରକାର ଘରୋଇ ମେଡିକାଲ ସଂଘର ସମସ୍ତ ଦାବୀ ପୂରଣ କରିବେ ଓ ରୋଗୀଙ୍କୁ ଚିକିତ୍ସା ପାଇଁ ହଇରାଣ ନ କରିବାକୁ ଅନୁରୋଧ କରିଛନ୍ତି ନବ । ବିରୋଧୀ କିନ୍ତୁ କହିଛନ୍ତି ରାଜକୋଷରେ ଅର୍ଥ ନଥିବା ବେଳେ ନାନାଦି ଯୋଜନା କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର ।

ଯୋଜନା କରିଛନ୍ତି କିନ୍ତୁ ଏହାର ରୂପାୟନ ପାଇଁ ଟଙ୍କା ଦେଇ ପାରୁ ନାହାଁନ୍ତି ରାଜ୍ୟ ସରକାର । ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ କରୁନଥିବା ବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଅସଲ ଚିତ୍ର ପଦାରେ ପଡିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button